Photo1 For The News Of Maa Painee Gachatia

ମା’ ପାଇଁ ଗଛଟିଏ, ବୃକ୍ଷରୋପଣ ଅଭିଯାନ

State

ଆଗରପଡ଼ା :ଭଦ୍ରକ ବନାଚଂଳ ଓ ବନଖଣ୍ଡ ପକ୍ଷରୁ ମା’ ପାଇଁ ଗଛଟିଏ,ବୃକ୍ଷରୋପଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ବନ୍ତ ବ୍ଲକ ଅନ୍ତର୍ଗତ କାଦବରାଙ୍ଗ ଠାରୁ ଜାମବଣୀ ରାସ୍ତା ପର୍ଯ୍ୟନ୍ତ ବୃକ୍ଷରୋପଣ କରାଯାଇଥିଲା । ରେଂଜର ପିତାମ୍ବର ନାୟକ, ଫରେଷ୍ଟର ବସନ୍ତ ମାଝୀ, ପ୍ରକ୍ତନ ସରପଂଚ ଭାଗିରଥୀ ସେଠୀ, ପ୍ରାକ୍ତନ ସମିତି ସଭ୍ୟ ରମେଶ ପହି, କାଦବରାଙ୍ଗ ସେବା ସମବାୟ ସମିତି ସଭାପତି ବାସୁଦେବ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Photo2 For The News Of Maa Painee Gachatia