Photo1 For The News Of Sports

ବ୍ଳକସ୍ତରୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତା

sports

ଆଗରପଡ଼ା :ଆଗରପଡ଼ା ସ୍ଥିତ କୃଷ୍ଣଚରଣ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ବନ୍ତ ବ୍ଳକ ସ୍ତରୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବିଡ଼ିଓ ପ୍ରଦୀପ ସେଠୀ,ବିଜେଡ଼ି ଜିଲ୍ଲା ଉପସଭାପତି ପ୍ରଶାନ୍ତ ଦାଶ,ପୁରୁଷଣ୍ଡ ପଂଚାୟତ ସରପଂଚ ପ୍ରକାଶ ବିଶ୍ୱାଳ, କ୍ରୀଡ଼ା ସଂପାଦକ ମନୋଜ ଶଂଖୁଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ଶରତ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଡ଼ଲିରାଣୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜଗନ୍ନାଥ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ । ଫୁଟବଲ,ବ୍ୟାଡ଼ମିଣ୍ଟନ,ସତରଂଜ ଓ ଯୋଗ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୨ଶହରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଯଶୋବନ୍ତ ସିଂହ, ଶିଶିର ଶଂଖୁଆ, ବୀରଭଦ୍ର ପଣ୍ଡା, ଗଣେଶ ଦାସ, ଡ଼ଲିରାଣୀ ଦାସ, ଶମ୍ଭୁନାଥ ମହାନ୍ତି,ବଳଭଦ୍ର ଜେନା, ଉପମନ୍ୟୁ ଖୁଣ୍ଟିଆ, ଅଜୟ ନାୟକ, କୋଦଣ୍ଡଧର ସେଠୀ, ଜନ୍ମେଜୟ ନାୟକ ପ୍ରମୁଖ ଖେଳ ଶିକ୍ଷକମାନେ ବିଭିନ୍ନ ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ ।

Photo2 For The News Of Sports