Onn 3

ରାଜ୍ୟ ସ୍ତରୀୟ ସବ ଜୁନିୟର ହକି ଚାମ୍ପିୟାନସିପରେ ମୟୁରଭଞ୍ଜ ଦଳ

sports State

ବାରିପଦା :ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଓଡିଶା ହକି ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ସ୍ତରୀୟ ସବ ଜୁନିୟର ହକି ଚାମ୍ପିୟାନସିପରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳ ଘୋଷିତ I ଦଳରେ ଅଧିନାୟକ ସାଗର ସୋରେନ ଓ ଉପ ଅଧିନାୟକ ରଂଜିତ ସିଂହଙ୍କ ସମେତ ସୁନୀଲ ହାଁସଦା, ସଂଜୀବ କୁମାର ସିଂ, ବାଜୁନାଥ ମାର୍ଣ୍ଡି, ଡାକ୍ତର ବେଶ୍ରା, ସୁମନ ଟୁଡୁ, ସୁଶାନ୍ତ ମୁର୍ମୁ, ବଳରାମ ମୁର୍ମୁ, ରାମ ହେମ୍ବ୍ରମ, ବିକାଶ ଟୁଡୁ, ଅରୁଣ କୁମାର ସୋରେନ, ତାରସ ମୁର୍ମୁ, ସପନ କୁମାର ମୁର୍ମୁ, ସୁନା ମୁର୍ମୁ, ସୁମନ୍ତ ହେମ୍ବ୍ରମ, ହେମାଳ ହେମ୍ବ୍ରମ, ହରିହର ହାଁସଦା ପ୍ରମୁଖ ସାମିଲ ଅଛନ୍ତି I ଜୁଲିଆନୀ ବାଗେ କୋଚ ଭାବେ ଦଳ ସହିତ ଗସ୍ତ କରିଛନ୍ତି I ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚରେ କନ୍ଧମାଳକୁ ୪ – ୦ ଗୋଲରେ ପରାସ୍ତ କରି ବିଜୟ ହାସଲ କରିଛି ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଜଣାଇଛନ୍ତି I ଜିଲ୍ଲାପାଳ ତଥା ମୟୁରଭଞ୍ଜ ହକି ଏସୋସିଏସନର ସଭାପତି ବିନୀତ ଭରଦ୍ୱାଜ ଓ ଅତିରିକ୍ତ ଜିଲ୍ଲାପାଳ ତଥା ସମ୍ପାଦକ ଅକ୍ଷୟ ସୁନୀଲ ଅଗ୍ରୱାଲ ଖେଳାଳି ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭକାମନା ଜଣାଇଛନ୍ତି I