Img 20241204 Wa0225

ଆଦିବାସୀ ଭାଷା ସାନ୍ତାଳୀ ଓ ହୋ ମୁଣ୍ଡା ଭାଷାରେ ରେଳ ଷ୍ଟେସନ ଗୁଡିକରେ ନାମଫଳକ ଲେଖିବା ଓ ସୂଚନା ପ୍ରସାରଣ ପାଇଁ ଦାବି

State

ବାରିପଦା : ଭାରତୀୟ ସ°ବିଧାନରେ ସାନ୍ତାଳୀ ଭାଷା ଅଷ୍ଟମ ଅନୁସୂଚି ରେ ଶାମିଲ ହୋଇ ଥିବା ସତ୍ତ୍ୱେ ବାରମ୍ବାର ଦାବି ସତ୍ତ୍ୱେ ଭାରତୀୟ ରେଳ ପ୍ରଶାସନିକ ସ୍ତରରେ ଅବହେଳା କରୁଛନ୍ତି, ସାନ୍ତାଳୀ ଭାଷା ଏହା ଆଦିବାସୀ ଭାଷାର ଅଷ୍ଟମ ଅନୁସୂଚି ରେ ଶାମିଲ ହେବା ପରେ ବି ଅଣଦେଖା ଅତ୍ୟନ୍ତ ଦୁଖଃଦ ଓ ଚିନ୍ତାନୀୟ ବିଷୟ ଅଟେ। ରାଇରଙ୍ଗପୁର ଅଂଚଳରେ ସାନ୍ତାଳୀ-ଭାଷା ଓଲ-ଚିକି ଲିପି ନିର୍ମାତା ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀ ହେବା ସତ୍ତ୍ୱେ ଟାଟା- ବାଦାମପାହାଡ଼ ରାଇରଙ୍ଗପୁର ଅଂଚଳର ରେଳ ଷ୍ଟେସନ ଗୁଡିକରେ ସାନ୍ତାଳୀ ଭାଷା-ରେ ନାମ ଫଳକ ଓ ଯାତ୍ରୀ ମାନଙ୍କର ସୁବିଧା ପାଇଁ ମାଇକ ଦ୍ୱାରା ସାନ୍ତାଳୀ ମୁଣ୍ଡା ହୋ -ମୁଣ୍ଡା ଭାଷାରେ ସୂଚନା-ପ୍ରସାରଣ କରିବା ପାଇଁ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି।

ଆଦିବାସୀ ସାନ୍ତାଳୀ ହୋ -ମୁଣ୍ଡା ବହୁଳ କ୍ଷେତ୍ରରେ ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଓଡ଼ିଶାରେ ମହାମହିମ ରାଷ୍ଟ୍ରପତି ମହୋଦୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଦୃଷ୍ଟି-ଆକର୍ଷଣ କରିବା ପାଇଁ ରାଇରଙ୍ଗପୁର ରେଳ-ଷ୍ଟେସନ ମନେଜେରଙ୍କ ଜରିଆରେ ଦକ୍ଷିଣ-ପୂର୍ବ ରେଳ ମହାପ୍ରବନ୍ଧକ ଶ୍ରୀ ଅନିଲ କୁମାର ମିଶ୍ର କୋଲକାତା ଓ ଡି ଆର ଏମ ଚକ୍ରଧରପୁର ଙ୍କୁ ସାନ୍ଥାଳି ଏବଂ ହୋ-ମୁଣ୍ଡା ଭାଷାରେ ନାମ ଫଳକ ଲେଖିବା ଓ ସୂଚନା ପ୍ରସାରଣ / ଘୋଷଣା କରିବା ପାଇଁ ତଥା ରାଇରଙ୍ଗପୁର ବାଜ଼ାର ରେଳ ଫାଟକ ବଦଳରେ ଫ୍ଲୟଓଭର ବ୍ରିଜ ନିର୍ମାଣ ପାଇଁ ରେଳ ପ୍ରଶାସନକୁ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କ ଦ୍ୱାରା ଏକ ଲିଖିତ ଦୁଇ-ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି।

ଏହା ସହିତ ବାମନଘାଟି-ମୟୁରଭଞ୍ଜ ଜ଼ିଲ୍ଲାର ଦୀର୍ଘ ଦିନର ଜନସାଧାରଣଙ୍କ ରେଳ- ସଂଯୋଗୀକରଣ ଦାବି ପାଇଁ ତିନୋଟି ରେଳ-ପ୍ରକଳ୍ପ ବାଦାମପାହାଡ଼ -କେନ୍ଦୁଝର ଓ ଗୋରୁମାହିଷାଣି-ବାଙ୍ଗରିପୋଷି ତଥା ବୁଡାମରା-ଚକୁଳିଆ ନୂତନ ରେଳଲାଇନର ଭୂମିପୁଜ଼ା କରୁଥିବାରୁ ମୟୂଭଞ୍ଜବାସୀ ହୃଦୟରୁ ସାଧୁଭାଦ ଓ ଧନ୍ୟବାଦ ଜଣାଇଛନ୍ତି l