Onn 3

ଗ୍ରୀଷ୍ମକାଳୀନ ଯୋଗ ଶିବିର ଉଦଘାଟିତ

State

ବାରିପଦା: ସ୍ଥାନୀୟ ଇନଡୋର ଷ୍ଟାଡିୟମରେ ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ଗ୍ରୀଷ୍ମକାଳୀନ ଯୋଗ ଶିବିର ଉଦଘାଟିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ପୁରୀ ସ୍ଥିତ ମହାଶକ୍ତି ଗାୟତ୍ରୀ ଚାରିଟେବଲ ଟ୍ରଷ୍ଟର ସଭାପତି ଡ଼ଃ ପୂର୍ଣ୍ଣଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି ଭାବେ ବାରିପଦା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରବୋଧ କୁମାର ଦେ ତଥା ଶିକ୍ଷକ ସୋମନାଥ ସିଂହ ପ୍ରମୁଖ ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରିବା ସହ ଶିବିରର ସଫଳତା କାମନା କରିଥିଲେ I

6 ରୁ 60 ବର୍ଷ ବୟସ ମଧ୍ୟରେ ମୋଟ 56 ଜଣ ଏହି ଶିବିରରେ ଯୋଗ ଦେଇଛନ୍ତି ବୋଲି ମୁଖ୍ୟ ଉପଦେଷ୍ଟା ପ୍ରଦୀପ ବରାଳ ଜଣାଇଛନ୍ତି I ଚଳିତ ମାସ 21 ତାରିଖ ବିଶ୍ୱ ଯୋଗ ଦିବସ ପାଳନ ପର୍ଯ୍ୟନ୍ତ ଏହି ଶିବିର ଚାଲିବ ବୋଲି ଅନୁଷ୍ଠାନର ଉପସଭାପତି ଆଲୋକ କୁମାର ଦାସଙ୍କ ସୂତ୍ରରୁ ପ୍ରକାଶ I ଯୋଗ ସହିତ ଆତ୍ମାରକ୍ଷା, ନୃତ୍ୟ ଓ ସଂଗୀତ ମଧ୍ୟ ପ୍ରଶିକ୍ଷଣ ଦିଆଯିବ ବୋଲି ଅନୁଷ୍ଠାନର ସମ୍ପାଦକ ତଥା ଯୋଗ ଗୁରୁ ଜ୍ୟୋତି ରଞ୍ଜନ ଦାସ ଜଣାଇଛନ୍ତି I ଜ୍ୟୋତିପ୍ରଭା ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ I ପ୍ରକାଶ ଥାଉକି ଏହି ଅନୁଷ୍ଠାନର ଅନେକ ଛାତ୍ରଛାତ୍ରୀ ବହୁବାର ରାଜ୍ୟ ତଥା ଜାତୀୟ ସ୍ତରରେ ଅଂଶ ଗ୍ରହଣ କରି ପୁରସ୍କୃତ ହେବା ସହ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି I