Onn 3

ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ଓ ଠାକୁରଙ୍କ ଗଜାନନ ବେଶ

Religion and Cult State

ଗଜପତି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଠାକୁରଙ୍କ ସେବାନୀତି ପରେ ପହଣ୍ଡି କରାଯାଇ ତିନି ଠାକୁରଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା ପରେ ଅଗ୍ରଜ ପୂଜା, ସୂର୍ଯ୍ୟ ପୂଜା,ଶିବ ପୂଜା କରାଯାଇ ସ୍ନାନ ମଣ୍ଡପ କୁ ନିମନ୍ତ୍ରଣ କରା ଗଲା ପରେ ଦକ୍ଷିଣ ଆଳତି, ଶ୍ରୀକୁଞ୍ଜ ଲାଗି, କରାଯାଇ ସପ୍ତଜଳ ସ୍ନାନ,ମଧୁର ଜଳସ୍ନାନ, ଚନ୍ଦନ ଲାଗି କରାଯାଇ ଥିଲା।

ଶେଷରେ ଠାକୁରଙ୍କୁ ଗଜାନନ ବେଶ କରାଯାଇଥିଲା।ଠାକୁରଙ୍କ ଗଜାନନ ବେଶ ଦେଖିବା ପାଇଁ ଭକ୍ତଙ୍କ ସମାଗମ ହୋଇଥିଲା।ଏହି ଦିନରେ ଭକ୍ତ ଓ ଭଗବାନ ଙ୍କ ମିଳନ ଯୋଗୁଁ ମନ୍ଦିର ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।