Onn 3

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଯୁବ ସଂକଳ୍ପ ସମାବେଶ

Politics State

ନିଶ୍ଚିନ୍ତକୋଇଲି: ନିଶ୍ଚନ୍ତକୋଇଲି ବ୍ଲକ କୁଳିଆ ଠାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଯୁବ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା,ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦାନ କରି ସବୁ ଦୃଷ୍ଟିରୁ ୨୦୩୬ ସୁଦ୍ଧା ସମୃଦ୍ଧଶାଳୀ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ବିଜେପି ପକ୍ଷରୁ ଯେଉଁ ଆହ୍ବାନ ଦିଆଯାଇଛି ତାହାକୁ ସଫଳ କରିବା ନିମନ୍ତେ ଯୁବଗୋଷ୍ଠୀ ଏକତ୍ରିତ ହେବାର ଆବଶ୍ୟକ‌ତା ରହିଛି ଏବଂ ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା ଓ ସମ୍ପନ୍ନ ଓଡ଼ିଶା ନିର୍ମାଣ କରିବା ପାଇଁ ଯୁବ ସମାଜକୁ ଆହ୍ବାନ ଦେଇଥିଲେ ।

କଟକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଦେବଦତ୍ତ କର ଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଅନ୍ୟତମ ଅତିଥି ଭାବେ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁ ସିଂ,ପୂର୍ବତନ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ନୟନ ମହାନ୍ତି,କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ଚନ୍ଦ୍ର ବେହେରା, ପ୍ରଦୀପ ପଟ୍ଟନାୟକ, ତୁଷାରକାନ୍ତ ଚକ୍ରବର୍ତ୍ତୀ , ଭୁବନ ମୋହନ ଜେନା, ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ,ମାହାଙ୍ଗା ବିଧାନସଭା କ୍ଷେତ୍ରର ୨୪ ଜଣିଆ ଯୁବ ଟିମ୍ ଙ୍କ ସମେତ କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନା, କଟକ ଜିଲ୍ଲା ସମ୍ପାଦକ ବିବେକାନନ୍ଦ ବେହେରା, ନାରୀ ନେତ୍ରୀ କନକଲତା ବେହେରା, କମଳା ବସ୍ତିଆ, ଜୋନ୍ ସଭାପତି ରଂଜନ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।