Onn 3

ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ଯରତ ଘରୋଇ ସଫେଇ କର୍ମଚାରୀଙ୍କ ଦରମା ଅନିୟମିତତା ନେଇ ଧାରଣା

State

ବାରିପଦା: ଉପଖଣ୍ଡ ଚିକିତ୍ସାଳୟରେ ସଫେଇ ପାଇଁ ସୁମିତ ଏଜେନ୍ସୀ ଠିକା ନେଇଛି । ତାଙ୍କ ଅଧୀନରେ ୨୭ ଜଣ ସଫେଇ କର୍ମଚାରୀ ଅଛନ୍ତି ।ସେମାନଙ୍କୁ ୨୬ ଦିନର କାମ କରି ମାସଯାକର ଦରମା ଦେବା କଥା ।ହେଲେ କମ୍ପାନୀ ସଫେଇ କର୍ମଚାରୀଙ୍କ ମାରଣନୀତି ଯୋଗୁଁ ୨୬ ଦିନର ଦରମା ଦିଆଯାଉଛି । ଏହାକୁ ନେଇ ସଫେଇ କର୍ମଚାରୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି ।ତଦସହ ପ୍ରତିମାସ ୭ ରୁ ୮ ତାରିଖ ଦରମା ମିଳିଥିବାବେଳେ ଚଳିତ ମକର ମାସ ୧୨ ତାରିଖ ପର୍ଯ୍ୟନ୍ତ କମ୍ପାନୀ ଦରମା ଦେବା କାନମୁଣ୍ଡ ହଲାଉ ନାହିଁ । ମୟୂରଭଞ୍ଜ ରେ ମକର ପର୍ବ ଏକ ଗଣ ପର୍ବ । ତେଣୁ କେମିତି ମକର ପର୍ବ ପାରିବେ ଏହାକୁ ନେଇ ଚିନ୍ତାରେ ଅଛନ୍ତି ସଫେଇ କର୍ମଚାରୀ । ତେଣୁ ବାଧ୍ୟ ହୋଇ ଆଜି ସକାଳେ ଡାକ୍ତରଖାନାରେ ଖବର ଲେଖିବା ପର୍ଯ୍ୟନ୍ତ କାମବନ୍ଦ କରିଥିଲେ । ଏମାନେ କାମ ବନ୍ଦ କରି ଥିବାରୁ ହସ୍ପିଟାଲ ଅପରିଷ୍କାର ଏବଂ ଅପରିଚ୍ଛନ୍ନ ହୋଇ ପଡ଼ିଛି । ସ୍ବାସ୍ଥ୍ୟ ପ୍ରଶାସନ ଚୁପ୍ ରହିଛି ।ଯଦି ସଫେଇ କର୍ମଚାରୀଙ୍କ ଦାବି ପୂରଣ ନ ହୁଏ ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟଵନ୍ଦ ଜାରି ରଖିବା ସହ ଅନ୍ୟ କାହାକୁ କାର୍ଯ୍ୟ କରିବାକୁ ଦେବେନାହିଁ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।