ସୂଚନା ଅନୁସାରେ, ଗଢିଆଳି ପଞ୍ଚାୟତ ଉଚ୍ଚପଦା ଗାଁର ସୌଭାଗ୍ୟ ରଞ୍ଜନ ନାୟକଙ୍କ ପୁଅ ଅସିତ ନାୟକ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର ଥିଲେ । ତେବେ ଖେଳଛୁଟି ସମୟରେ ସେ ବିଦ୍ୟାଳୟ ନିକଟରେ ଥିବା ଜଣେ ବୁଢୀମା’ଙ୍କ ପାଖକୁ ଯାଉଥିବା ବେଳେ ରାସ୍ତା କାମ ପାଇଁ ସିମେଣ୍ଟରେ ତିଆରି ହୋଇଥିବା ଫଳକଟି ହଠାତ୍ ତାଙ୍କ ଉପରେ ପଡିଯାଇଥିଲା । ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ଖେଳଛୁଟି ସମୟରେ ଛାତ୍ରଛାତ୍ରୀମାନଙ୍କୁ ପାଚୀରି ବାହାରକୁ କିପରି ଛଡା ଯାଉଛି ତାହା ଏବେ ସର୍ବସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଛାତ୍ରଙ୍କ ଅଭିଭାବକ ଓ ଗ୍ରାମବାସୀ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ସ୍କୁଲ ସମ୍ମୁଖରେ ବିରୋଧ କରିଛନ୍ତି । ସେପଟେ ନିମ୍ନ ମାନରେ ଫଳକ ତିଆରି ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।