Img 20240822 Wa0287

ରାଜ୍ୟ ସ୍ତରୀୟ ମହିଳା ଫୁଟବଲ ଚମ୍ପିୟାନସିପ ପାଇଁ ମୟୁରଭଞ୍ଜ ଦଳ ଘୋଷିତ

State

ବାରିପଦା : ଓଡିଶା ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ବରଗଡ ଠାରେ ଚଳିତ ମାସ ୨୩ ତାରିଖ ଠାରୁ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସିନିୟର ମହିଳା ଆନ୍ତଃଜିଲ୍ଲା ଫୁଟବଲ ଚାମ୍ପିୟାନସିପରେ ଅଂଶଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଦଳ ଘୋଷିତ ହୋଇଯାଇଛି I ଦଳରେ ଜବାମଣୀ ସୋରେନ (ଅଧିନାୟକ ଓ ମ୍ୟାନେଜର), ଦିଗୀ ମାଝୀ(ଉପ ଅଧିନାୟକ), କଣ୍ଢେଇ ସରଦାର, ମହିମା ମାଝୀ, ବଦଜ ମାଝୀ, କୁଇଲୁ ହେମ୍ବ୍ରମ, ପ୍ରୀତିଲତା ହେମ୍ବ୍ରମ, ମାଳତୀ ନାଏକ, ଶ୍ରୀଦେବୀ ହାଁସଦା, ମେଞ୍ଜରୀ ନାଏକ, ଅମ୍ବିକା ସିଂ, ସୁନିଆ ସୋରେନ, ବୀଣାପାଣି ବାସ୍କେ, ଶାକର ହେମ୍ବ୍ରମ, ସୋମବାରୀ ମାରାଣ୍ଡି, ହୀରାମଣି ସୋରେନ, ରୀନା ସିଂ ସାମିଲ ଅଛନ୍ତି I ଦଳ ସହିତ ମ୍ୟାନେଜର କୈଳାଶ ଚନ୍ଦ୍ର ବେହେରା ଓ ଶ୍ରୀନିବାସ ହେମ୍ବ୍ରମ କୋଚ ଭାବେ ୨୩ ତାରିଖ ଦିନ ବରଗଡ଼ ଅଭିମୁଖେ ଯାତ୍ରା କରିବେ I ଜିଲ୍ଲାପାଳ ହେମକାନ୍ତ ସଏ ନିଜ କାର୍ଯ୍ୟାଳୟରେ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଦଳର ସଫଳତା କାମନା କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି, ପୂର୍ବତନ କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଫୁଟବଲ ସମ୍ପାଦକ ଅମର କୁମାର ସେଠୀ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅମ୍ବିକା ରାଉତ, ଗଣ ମାଧ୍ୟମ ସଂଯୋଜକ ସୋମନାଥ ସିଂହ, ନନ୍ଦଲାଲ ମହାପାତ୍ର, ଗଦାଧର ବେହେରା ଓ ଦଲନ କୁଅଁରବାବୁ ପ୍ରମୁଖ ଉପସ୍ଥିତ ଥିଲେ I ମୟୁରଭଞ୍ଜ ତାର ପ୍ରଥମ ମ୍ୟାଚ ୨୫ ତାରିଖ ଦିନ ନବରଙ୍ଗପୁର ସହିତ ଖେଳିବ I