Onn 3

“ପ୍ରତିଶ୍ରୁତି”ର ସାରସ୍ୱତ ସମାରୋହ ଓ ଜିଲ୍ଲାସ୍ତରୀୟ ବହୁଭାଷୀ କବି ସମ୍ମିଳନୀ

State

ବାରିପଦା :  ଦୀର୍ଘ ୪୨ବର୍ଷ ଧରି ବାରିପଦାରୁ ପ୍ରକାଶ ପାଉଥିବା ସାହିତ୍ୟ ପତ୍ରିକା “ପ୍ରତିଶ୍ରୁତି” ତରଫରୁ ଏକ ସାରସ୍ୱତ ସମାରୋହ ଓ ଜିଲ୍ଲାସ୍ତରୀୟ ବହୁଭାଷୀ କବି ସମ୍ମିଳନୀ ପତ୍ରିକାର ସମ୍ପାଦକ ଭାଗବତ ପଣ୍ଡାଙ୍କର ପୌରୋହିତ୍ୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦ୍‌ଭାବନା ସଭାଗୃହ ଠାରେ ଏକ ଭବ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଗୃହରେ ଡା.କୈଳାସ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି, ଆଇନ୍‌ଜୀବି ସତ୍ୟବ୍ରତ ମିଶ୍ର ମୁଖ୍ୟବକ୍ତା ଓ ବରିଷ୍ଠ ସାରସ୍ୱତ ସାଧକ ଶରତ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସୁଗାୟିକା ସୁଶ୍ରୀ ଭାରତୀ ବେବର୍ତା ଶ୍ରୀ ଜଗନ୍ନାଥଙ୍କ ଭୋଜନ ଅତି ସୁଲଳିତ କଣ୍ଠରେ ପରିବେଷଣ କରିଥିଲେ । “ପ୍ରତିଶ୍ରୁତି”ର ସମ୍ପାଦକ ତଥା ସମାରୋହର ସଭାପତି ଭାଗବତ ପଣ୍ଡା ସ୍ୱାଗତ ଭାଷଣ ଦେଇ କହିଲେ କବିତାର ମୌଳିକ ଧର୍ମ ହେଉଛି ଆନନ୍ଦ ଦାନ । କବି ମଣିଷ ଜୀବନର ଅନୁଭୂତିକୁ ସରଳ ଭାବରେ ପ୍ରକାଶ କରେ । ଅବ୍ୟକ୍ତକୁ ବ୍ୟକ୍ତି କରେ ଓ ଅପରୂପକୁ ରୂପ ଦିଏ । କୁତ୍ସିତକୁ ଲାବଣ୍ୟ ପ୍ରଦାନ କରେ ବୋଲି କହିବା ସହିତ ସମସ୍ତ ସାରସ୍ୱତ ସାଧକ ସାଧିକାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସମ୍ମାନିତ ଅତିଥି ଶରତ ଚନ୍ଦ୍ର ନାୟକ ତାଙ୍କ ଅଭିଭାଷଣରେ ପ୍ରାଚୀନ ଓ ଆଧୁନିକ ସାହିତ୍ୟ ଭିତରେ ଥିବା ପାର୍ଥକ୍ୟକୁ ବର୍ଣ୍ଣନା କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ମିଶ୍ର କଳ୍ପନା ଓ ସୌନ୍ଦର୍ଯ୍ୟବୋଧର ସମନ୍ନୟରେ କବିତା ସାର୍ବଜନୀନତା ଲାଭ କରିଥାଏ ବୋଲି ଉଲ୍ଲେଖ କରିଥିଲେ ।

ମୁଖ୍ୟ ଅତିଥି ଡା. ମହାନ୍ତି “ପ୍ରତିଶ୍ରୁତି” ଦ୍ୱାରା ଦୀର୍ଘ ୪୨ବର୍ଷ ଧରି ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମର ଭୂୟସୀ ପ୍ରସଂଶା କରି ବହୁଭାଷୀ କବି ସମ୍ମିଳନୀ ଦ୍ୱାରା ବିଭିନ୍ନ ଭାଷାର କବି ମାନଙ୍କ ଭିତରେ ସମନ୍ୱୟ ସୃଷ୍ଟି ହେଉଛି ବୋଲି କହିଥିଲେ । ପରେ କବୟତ୍ରୀ ସୁଧାମୟୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ ହିନ୍ଦୀ, ମୁଣ୍ଡାରୀ, ଶାନ୍ତାଳୀ, ହୋ ଓ ଓଡ଼ିଆ ପ୍ରଭୃତି ବିଭିନ୍ନ ଭାଷାରେ କବିମାନେ ସ୍ୱରଚିତ କବିତା ଆବୃତି କରିଥିଲେ । ସେମାନଙ୍କ ମଧ୍ୟରେ ପ୍ରତିମା ବାରିକ, ପଦ୍ମନାଭ ସାହୁ, ଦୁର୍ଗା ସୋରେନ, ସାଲଗେ କିସ୍କୁ, ହାଜାମ୍ ବାସ୍କେ, ଧନେଶ୍ୱର ପଣ୍ଡା, ସାମ୍ବାଦିକ ଦୀପକ କୁମାର ନାୟକ, ନରେନ୍ଦ୍ର ମୋହନ ସେନାପତି, ନନ୍ଦଲାଲ ସିଂହ, ଅଶୋକ କୁମାର ପଲେଇ, ପ୍ରଦୀପ କୁମାର ନାୟକ, ଗୋବିନ୍ଦ ମାଝି, ସବିତାରାଣୀ ଶୀଟ୍‌, ଅଜିତ କୁମାର ପାଣିଗ୍ରାହୀ, ଡା. କୁମାର ବାବୁଲୀ, ହିମାଂଶୁ ଶେଖର ଦାସ, ମାଙ୍ଗାତ୍ ମୁର୍ମୁ, ପ୍ରିୟନାଥ ପାଣି, ନରସିଂହ ବାରିକ, ଭଗବତୀ ଦାଶ, ଡ. ଶଶିଧର ବିଶ୍ୱାଳ, ସେକ୍ ଜିକ୍‌ରୁଲ୍ଲା, ଅଜୟ କୁମାର ପାଲ, ଜତିଶ ଚନ୍ଦ୍ର ମହାପାତ୍ର, ଅଧ୍ୟାପକ ଦଳଗୋବିନ୍ଦ ମହାପାତ୍ର, ଦୀପଙ୍କର ମିଶ୍ର, ଭାସ୍ୱତୀ ପଣ୍ଡା, ଗକୁଳ ଚନ୍ଦ୍ର ଦାସ, ମିନତୀ ପଣ୍ଡା, ସୁଧାମୟୀ ଦାସ, ଭାରତୀ ବେବର୍ତା, ବୁଧୁ ସିଂ, ଜ୍ୟୋସ୍ନାମଣି ଜେନା, ଅନୀତା ବିଶ୍ୱାଳ, ଡ.ସଞ୍ଜିବ କୁମାର ପାଣିଗ୍ରାହୀ, ରତିକାନ୍ତ ବେହେରା, ନିଶାମଣୀ ସେଠୀ, ଚନ୍ଦ୍ରକାନ୍ତ ମୁର୍ମୁ, ଅଧ୍ୟାପକ ରାଜେନ୍ଦ୍ର ସାମଲ, ଜୟନ୍ତ କୁମାର ଦ୍ୱାରୀ ପ୍ରମୁଖ ବହୁ କବି ସେମାନଙ୍କର ସ୍ୱରଚିତ କବିତା ଆବୃତି କରିଥିଲେ । ଏହି ଅବସରରେ ଗାଳ୍ପିକା ବିଜୟଲକ୍ଷ୍ମୀ ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଡ. ଶଶିଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।