Onn 3

ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖା ତରଫରୁ ପ୍ରକାଶ ପାଇବ ‘ଦୈନନ୍ଦିନ ବ୍ୟବହାରରେ ଔଷଧୀୟ ବୃକ୍ଷ’ ସଙ୍କଳନ

State

ସାଲେପୁର : ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖା ତରଫରୁ  ‘ଦୈନନ୍ଦିନ ବ୍ୟବହାରରେ ଔଷଧୀୟ ବୃକ୍ଷ’ ନାମରେ ଏକ ସଙ୍କଳନ ପ୍ରକାଶ ପାଇବକୁ ସ୍ଥିର ହୋଇଛି | ଏହି ଉପଲକ୍ଷେ ସମିତିର ପିକୋଳ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟସ୍ଥିତ ସଭାଗୃହରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା | ଏହି ଆଲୋଚନାଚକ୍ରରେ ସମିତିର ସଭାପତି ମେଜର ମଞ୍ଜୁଶ୍ରୀ ପତି ଅଧ୍ୟକ୍ଷତା କରିଥିଲେ | ସାଧାରଣ ଲୋକଙ୍କୁ ଔଷଧୀୟ ବୃକ୍ଷର ବ୍ୟବହାର ସମ୍ବନ୍ଧରେ ସଚେତନ କରିବା ଲାଗି ଏକ ସଙ୍କଳନ ପ୍ରକାଶ କରିବା ନିମିତ୍ତ ପ୍ରତିଷ୍ଠାତା ସଦସ୍ୟ ସୁକାନ୍ତ କିଶୋର ମହାନ୍ତି ପ୍ରସ୍ତାବ ଦେଇଥିଲେ | ଉକ୍ତ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା |

ସଙ୍କଳନର ସଂପାଦନା ନିମିତ୍ତ ପ୍ରାଧ୍ୟାପକ ଡ. ପୂର୍ଣ୍ଣଚନ୍ଦ୍ର ଓଝା, ଅଧ୍ୟାପକ ବିପିନ ବିହାରୀ କର, ଲେଖକ ହରିହର ତ୍ରିପାଠୀଙ୍କୁ  ଦାୟିତ୍ବ ଦିଆଯାଇଥିଲା | ଉକ୍ତ ସଙ୍କଳନଟି ସମିତିର ପ୍ରତିଭାପୂଜନ କାର୍ଯ୍ୟକ୍ରମ ଅବସରରେ ଆସନ୍ତା ଫେବୃଆରୀ ମାସ ୮ ତାରିଖ ଦିନ ବହୁଗ୍ରାମ ଉଚ୍ଚବିଦ୍ୟାଳୟରେ ଉନ୍ମୋଚିତ ହେବବୋଲି ସ୍ଥିର କରାଗଲା |

ଶେଷରେ ସମିତିର ସଂପାଦକ ମହେଶଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ |