Samir Dash 1716098647

ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ଆଜି ବିଜେଡିରୁ ଦେଇଥିଲେ ଇସ୍ତଫା

Politics State

ଭୁବନେଶ୍ୱର : ବିଜେପିରେ ମିଶିଲେ ସମୀର ରଞ୍ଜନ ଦାଶ । ସକାଳୁ ସକାଳୁ ବିଜେଡି ଛାଡିଥିଲେ ସମୀର ଦାଶ । ଦଳର ନିଷ୍ପତ୍ତିରେ ଅସନ୍ତୁଷ୍ଟ ହୋଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିଲେ ଇସ୍ତଫା ପତ୍ର । ଟିକେଟ ନମିଳିବା ନେଇ ଥିଲେ ଅସନ୍ତୁଷ୍ଟ । ଦଳ ଛାଡିବାର କାରଣ କହିବା ସହ ସୋସିଆଲ ମିଡିଆରେ ନିଜ ଇସ୍ତଫା ପତ୍ର ବାବଦରେ ସୂଚନା ଦେଇଥିଲେ ସମୀର ଦାଶ ।

ସୂଚନା ଅନୁସାରେ ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ ଭାବେ ବେଶ୍ ଜଣାଶୁଣା ଥିଲେ । ବିଜୁ ଜନତା ଦଳ ଟିକେଟରୁ ନିର୍ବାଚନ ଲଢି ନିମାପଡ଼ାରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ୨୦୦୯, ୨୦୧୪, ଆଉ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିଲେ । ହେଲେ ୨୦୨୪ ବିଧାନସଭା ନିର୍ବାଚନରେ ନିମାପଡାରୁ ସମୀର ଦାସଙ୍କୁ ଦେଇ ନଥିଲା ବିଜେଡି। ତାଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କ ଦଳ ଲଢିବାକୁ ସୁଯୋଗ ଦେଇଛି। ଯାହାକୁ ନେଇ ସମୀର ଅସନ୍ତୁଷ୍ଟ ଥିବା ଜଣାପଡିଥିଲା ।