ବାରିପଦା : ଆଜି ପ୍ରତିବର୍ଷ ପରି କଳିତ ବର୍ଷ ମଧ୍ୟ ସ୍ଥାନୀୟ ଷ୍ଟାଡ଼ିୟମ୍ କନଫରେନ୍ସ ହଲ୍ରେ ପରିବେଶ ପ୍ରହରୀ ଓ ସ୍ପାର୍ଡା ଅନୁଷ୍ଠାନ ଆନୁକୂଲ୍ଯରେ ବିଶ୍ବ ବନ ଦିବସ ପାଳିତ ହୋଇଅଛି। ଆବାହକ ତଥା ପରିବେଶବିତ୍ ବିବେକାନନ୍ଦ ପଟ୍ଟନାୟଙ୍କ ପୌରହିତ୍ଯରେ ମୂଖ୍ଯ ଅତିଥି ଭାବେ RCCF cum Field Director ପ୍ରକାଶ ଚାନ୍ଦ ଗାଗୋନନୀ, ସମ୍ମାନୀୟ ଅତିଥି ଭାବେ Similipal (South) DeputyDirector ସମ୍ରାଟ୍ ଗୌଡ଼ା ମୂଖ୍ଯ ବକ୍ତା ଭାବେ ବାରିପଦା ବନଖଣ୍ତ ଅଧିକାରୀ ଏ ଉମା ମହେଶ୍, ସମ୍ମାନୀତ ଅତିଥି ନଗରପାଳ କୃର୍ଷାନନ୍ଦ ମହାନ୍ତି,ଜିଲ୍ଲା ଜରୁରୀ ପ୍ରକଳ୍ପ ଅଧିକାରୀ ଜଗବନ୍ଧୁ ମହାନ୍ତି, କାର୍ଯ୍ଯକ୍ରମ ଆବାହକ ମଣ୍ତଳିର କର୍ମକର୍ତ୍ତା ପଦ୍ମଲୋଚନ ମହାନ୍ତ ଓ ପ୍ରଦୀପ କୁମାର ଦାସମହାପାତ୍ର ପ୍ରମୂଖ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ଯକ୍ରମରେ ବିଭିନ୍ନ ବ୍ଲକ୍ରୁ ପାଖା ୨୫୦ ଗୋଟି ଜଙ୍ଗଲ କମିଟିର ୪୫୦ ଜଣ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ।
ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ଯରତ ଜଂଗଲ କମିଟି ଗୁଡ଼ିକ ପ୍ରାକୃତିକ ସଂପଦର ସୁରକ୍ଷା ପାଇଁ ପ୍ରହରୀ ଭାବେ କାର୍ଯ୍ଯ କରିବାକୁ ଆହ୍ବାନ ଦିଆଯାଇଥିଲା। ଅଂଚଳ ସ୍ତରରେ ସମସ୍ଯା ଗୁଡିକ ମୁକାବିଲା କରିବା ପାଇଁ ଆଞ୍ଚଳିକ କମିଟି ଗୁଡ଼ିକ ଆଗାମୀ ଏକ ମାସ ମଧ୍ଯରେ କ୍ରିୟାଶୀଳ କରିବା ପାଇଁ ପରିବେଶ ପ୍ରହରୀ ଅନୁଷ୍ଠାନ କାମ କରିବ ବୋଲି ପ୍ରକାଶ କରିଥିଲେ। ପଂଳରେ ଜଙ୍ଗଲ ନଷ୍ଟ, ଜନ୍ତୁ ଶିକାର ଓ ଅନ୍ଯାନ୍ଯ ସମାଧାନ ହୋଇପାରିବ। ଗାଁ କମିଟି ମଜବୁତ୍ ହେଲେ ଜଙ୍ଗଲ ରକ୍ଷା ହୋଇପାରିବ ବୋଲି ସମସ୍ତ ମତ ପ୍ରକାଶ କରିଥିଲେ। ବିଭିନ୍ନ କମିଟିର ୫୦ ଜଣ କର୍ମକର୍ତ୍ତା ମାନଙ୍କୁ ଜଙ୍ଗଲ ସୁରକ୍ଷାର ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ସମ୍ବର୍ଧନା କରାଯାଇ ଥିଲା। ଏହି କାର୍ଯ୍ଯକ୍ରମକୁ ମୋହନ ମୁର୍ମୁ, ସଂଜୟ ଦ୍ବାରୀ, ହରିହର ଦାସ, ମନୋରଂଜନ ନାଏକ, ବୈଦ୍ଯନାଥ ମାରାଣ୍ଡି, ପୂର୍ଣ୍ନ ଚନ୍ଦ୍ର ନାଏକ, ସୁଧୀର ନାଏକ, ଶ୍ଯାମ ସୁନ୍ଦର ବେହେରା ପ୍ରମୂଖ ସଫଳ କରିବାରେ ସହଯୋଗ କରିଥିଲେ। ସଭାଶେଷରେ ଅନୁଷ୍ଠାନର କର୍ମକର୍ତ୍ତା ପଦ୍ମଲୋଚନ ମହାନ୍ତ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରଥିଲେ।