Onn 3

ଖବର ପ୍ରକାଶ ପରେ ତ୍ୱରାନ୍ନିତ ହେଲା ରାସ୍ତା କାମ

State

ଆଗରପଡ଼ା: ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ନିୟୋଜିତ ଠିକାଦାର ରାସ୍ତା ନିର୍ମାଣକୁ ତ୍ୱରାନ୍ନିତ କରୁଥିବାର ଜଣାପଡ଼ିଛି । ସରକାର ଗ୍ରାମାଚଂଳରେ ବସବାସ କରୁଥିବା ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିୟୋଜିତ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଏଥିରେ କୌଣସି ସଫଳତା ମିଳିପାରୁନଥିବା ଜଣାପଡ଼ିଥିଲା । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ଓଡ଼ଙ୍ଗ ଠାରୁ ଭରସିଂହପୁର ଭାୟା ମହିଁଷଡ଼ିହ, ସାହାଡ଼ାଗଡ଼ିଆ ଓ ସୁଆଁପଦା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଠାରେ । ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ନିର୍ମାଣ ଅବଧି ସରିଗଲା କିନ୍ତୁ ସରିଲାନି ରାସ୍ତା ନିର୍ମାଣ ।

ପ୍ରାପ୍ତ ସୂଚନା ଅନୁଯାୟୀ; ଉକ୍ତ ୮କିଲୋମିଟର କଂକ୍ରିଟ ଓ ପିଚୁ ରାସ୍ତା ନିର୍ମାଣ ପାଇଁ ୧୫୯.୨୯ଲକ୍ଷ ଟଙ୍କା ମଂଜୁର ହୋଇଛି । ବର୍ଷ ୨୦୨୧ ଅକ୍ଟୋବର ମାସ ୫ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇ ବର୍ଷ ୨୦୨୨ ଜୁଲାଇ ମାସ ୪ ତାରିଖରେ ଉକ୍ତ ରାସ୍ତା ନିର୍ମାଣ ଶେଷ ହେବା କଥା । ମାତ୍ର ଠିକାଦାରଙ୍କ ମନୋମୁଖୀ ଭାବ ଯୋଗୁଁ ଏହି କାର୍ଯ୍ୟ ହେବାରେ ଅହେତୁକ ବିଳମ୍ବ ଘଟୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଉକ୍ତ ରାସ୍ତା ଉଭୟ କାଦବରାଙ୍ଗ ଓ ଓଡ଼ଙ୍ଗ ପଂଚାୟତକୁ ସଂଯୋଗ କରୁଥିବାରୁ ଏହାର ମହତ୍ୱ ଅଧିକ ଥିଲେ ସୁଦ୍ଧା ରାସ୍ତା ନିର୍ମାଣ ହୋଇପାରୁନଥିବାରୁ ଓଡ଼ଙ୍ଗ ପଂଚାୟତ ଓ କାଦବରାଙ୍ଗ ପଂଚାୟତ ସମେତ ଅନ୍ୟ ପଂଚାୟତର ଲୋକମାନଙ୍କୁ ମୁଖ୍ୟ ରାସ୍ତାକୁ ଆସିବାକୁ ବହୁବାଟ ବୁଲିବାକୁ ପଡ଼ୁଛି । ତେଣୁ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଯଥାଶିଗ୍ର ସାରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ଉଭୟ ପଂଚାୟତବାସୀଙ୍କ ପକ୍ଷରୁ ଦାବି ହୋଇଥିଲା ।