Onn 3

ତିନି ଜଣ ହତ୍ୟାକାରୀ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ଆଜି ଏକ ଜଙ୍ଘନ୍ୟ ହତ୍ୟାକାଣ୍ଡ ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୈାରାଜଜ (ପ୍ରଥମ) ସତ୍ୟନାରାୟଣ ପାତ୍ର ତିନି ଜଣ ଅଭିଯୁକ୍ତ ଙ୍କୁ ଅଭିଯୁକ୍ତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨/୩୪ ଧାରା ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ୫୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ମାନେ ହେଲେ ମୟୁରଭଞ ଜିଲା ମୋରଡା ଥାନା ଅନ୍ତର୍ଗତ ମହୁଲବଣି ଗ୍ରାମର ଜୀତେନ୍ଦ୍ର ମହାନ୍ତ ଙ୍କ ପୁଅ ସାନା ଏଲିଏସ ଶୋଭାକର ମହାନ୍ତ(୫୩) , ଉକ୍ତ ଥାନା ଅନ୍ତର୍ଗତ ପୁନ୍ନଚନ୍ଦ୍ରପୁର ଗ୍ରାମର ରାମଚନ୍ଦ୍ର ମହାନ୍ତ ଙ୍କ ପୁଅ ଜାଦୁ ଏଲିଏସ ଜତିନ୍ଦ୍ରନାଥ ମହାନ୍ତ (୪୩) ଏବଂ ଶ୍ୟାମ ସୁନ୍ଦର ମହାନ୍ତ ଙ୍କ ପୁଅ କୁଲା ଏଲିଏସ କମଲ ଲୋଚନ ମହାନ୍ତ (୪୫) । ମାମଲାର ବିବରଣୀ ରୁ ପ୍ରକାଶ ଯେ ୨୦୨୧ ଜୁନ ୧୦ ତାରିଖ ସନ୍ଧ୍ୟା ପାଖାପାଖି ୬ ସମୟରେ ଉକ୍ତ ତିନିଜଣ ଅଭିଯୁକ୍ତ ଙ୍କ ମଧ୍ୟରୁ ଦୁଇ ଜଣ ଅଭିଯୁକ୍ତ ମୋଟର ସାଇକେଲ ଏବଂ ଅନ୍ୟ ଜଣେ ଅଭି୍‌ଯୁକ୍ତ ସାଇକେଲ ରେ ଟାଙ୍ଗିଆ ଏବଂ ଠେଙ୍ଗା ଧରି ରଘୁନାଥ ମହାନ୍ତ ଙ୍କ ଘରକୁ ଆସିଥିଲେ । ରଘୁନାଥ ମହାନ୍ତ ଙ୍କୁ ଘରୁ ଡାକି ପୂର୍ବରୁ ଥିବା ଜମି ଜମା ସଙ୍କ୍ରାନ୍ତୀୟ ଘଟଣା କୁ ନେଇ ତାଙ୍କ ସହିତ ଝଗଡା କରିଥଲେ । ସେହି ସମୟରେ ରଘୁନାଥ ମହାନ୍ତ ଙ୍କ ନାତି ହରେକୃଷ୍ନ ମହାନ୍ତ ଆସି ସେମାନଙ୍କୁ ବୁଝା ସୁଝା କରିଥିଲେ । ମାତ୍ର ସେମାନେ କୈାଣସି କଥା ନ ଶୁଣି ହରେକୃଷ୍ନ ଙ୍କୁ ପିଟି ତଳେ ରାସ୍ତା ଉପରେ ପକାଇ ଦେଇ କମଲ ଲୋଚନ ମହାନ୍ତ ଏକ ଟାଙ୍ଗିଆରେ ତାଙ୍କ ବେକ କୁ ହାଣିଦେଇଥିଲା । ଏହି ଘଟଣା ପରେ ସେମାନେ ସେଠାରୁ ଖସି ପଳାଇଥିଲେ । ସଙ୍ଗେ ସଙ୍ଗେ ହରେକୃଷ୍ନ ଙ୍କୁ ଡାକ୍ତରଖାନା କୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ବାବଦରେ ମୋରଡା ଥାନାରେ ମଣ୍ଟୁ ମହାନ୍ତ ଙ୍କ ଅଭିଯୋଗକ୍ରମେ କେସ ନମ୍ବର ୧୨୭/୨୦୨୧ ରେ ଏକ ମାମଲା ରୁଜୁ କରିବା ସହ ତିନି ଜଣ ଅଭି୍‌ଯୁକ୍ତ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୭ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଅତିରିକ୍ତ ପି ପି କୃଷ୍ନଚନ୍ଦ୍ର ଦାସ ପରିଚାଳନା କରିଥିଲେ ।