Se

୨୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମିଳିଲା ମୃତଦେହ

State

କଟକ : ୨୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମିଳିଲା ମୃତ ଦେହ ।  ଗାନ୍ଧୀପଲ୍ଲୀସ୍ଥିତ ମହାନଦୀରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ଗତକାଲି ସନ୍ଧ୍ୟାରେ ଗଡ଼ଗଡ଼ିଆ ଘାଟରୁ ପାଣି ଉଠାଇବା ସମୟରେ ବୁଡ଼ି ଯାଇ ନିଖୋଜ ଥିଲେ ଯୁବକ । ମୃତ ଯୁବକ ଭୁବନେଶ୍ବର ପଟିଆ ଅଞ୍ଚଳର ସୌମ୍ୟ ରଂଜନ ପାତ୍ର ।

ବୋଲବମ ପାଣି ଉଠାଇବା ବେଳେ ଘଟିଥିଲା  ଅଘଟଣ । କଟକ ଗଡ଼ଗଡ଼ିଆ ଘାଟ ନିକଟରେ ଘଟିଥିଲା ଅଘଟଣ। ଜଣେ ଯୁବକ ପାଣି ଉଠାଉଥିବା ବେଳେ ବୁଡି ଯାଇଥିବା ସୂଚନା ମିଳିଥିଲା । ଦୁଇ ଜଣ ବୁଡି ଯାଉଥିବା ବେଳେ ଜଣକୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଗଡ଼ଗଡ଼ିଆ କୂଳରେ ଅଗ୍ନିଶମ ବିଭାଗ ଦ୍ଵାରା ସର୍ଚ୍ଚ ଆରମ୍ଭ ହୋଇଛି ।  ଶ୍ରାବଣ ମାସର ଦ୍ୱିତୀୟ ସୋମବାର ।  ଶ୍ରାବଣର ଦ୍ୱିତୀୟ ସୋମବାରରେ ମହାଦେଵଙ୍କ ନିକଟରେ ଜଳଲାଗି ନିମନ୍ତେ କଟକ ଗଡ଼ଗଡ଼ିଆ ଘାଟରେ ଶହ ଶହ କାଉଡ଼ିଆଙ୍କ ସମାଗମ ହୋଇଛି ।