Pranabdas

ବବିଙ୍କ ଆଗରେ ଫିକା ପଡ଼ିଲେଣି ଧର୍ମେନ୍ଦ୍ର

Politics State

ସମ୍ବଲପୁର (ଓଏନଏନ) :  ରାଜ୍ୟରେ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚାରେ ସମ୍ବଲପୁର ଲୋକସଭା ଆସନ | ଏହି ଆସନଟିରେ ବିଜଡ଼ିରେ ୩ ନମ୍ବର କ୍ଷମତାଶାଳୀ ନେତା ପ୍ରଣବପ୍ରକାଶ ଦାସ (ବବି)ଙ୍କ ସହ ଲଢୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଉପକୂଳ ଓଡ଼ିଶାରୁ ଯାଇ ସମ୍ବଲପୁରରେ ପ୍ରାର୍ଥୀ ହୋଇଥିବାରୁ ଆରମ୍ଭରୁ ପ୍ରଣବଙ୍କୁ ନେଇ କିଛି ରାଜନୈତିକ ବିଶ୍ଳେଷକମାନେ ଯେଉଁ ଆଶଙ୍କା ପ୍ରକାଶ କରୁଥିଲେ ତାହା ଧୀରେ ଧୀରେ ମିଥ୍ୟା ପ୍ରମାଣିତ ହେଲାଣି | ଏବେ ସମ୍ବଲପୁରରେ ବବି ବାବୁଙ୍କ ପଲ୍ଲା ଭାରି | ବବିଙ୍କ ଆଗରେ ଧର୍ମେନ୍ଦ୍ର ଏବେ ଫିକା ପଡ଼ିଥିବା ଦେଖାଯାଉଛି |

Pranabprakash22
ପ୍ରଣବ ପ୍ରକାଶ ବର୍ତ୍ତମାନ ପ୍ରଚାର ଜୋରଦାର କରିବାରେ ଲାଗିଛନ୍ତି। ସେ ଏହି ସଂସଦ କ୍ଷେତ୍ର ଅଧିନରେ ଥିବା ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀର ପଞ୍ଚାୟତ ସ୍ତରରେ ପ୍ରଚାର କରିବାରେ ଲାଗିଛନ୍ତି। ବିଭିନ୍ନ ସ୍ଥାନରେ ତାଙ୍କୁ ବେଶ ଜନ ସମର୍ଥନ ମିଳିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଥିବା ମତଭେଦକୁ ଦୂର କରି ସେ ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି। ବିଶଷକରି ସମ୍ବଲପୁର ଲୋକସଭାକ୍ଷେତ୍ରର ଗ୍ରମାଞ୍ଚଳ ଓ ଅର୍ଦ୍ଧସହରାଞ୍ଚଳମାନଙ୍କରେ ପ୍ରଣବ ପ୍ରକାଶଙ୍କୁ ବିପୁଳ ଜନସମର୍ଥନ ମିଳିବାରେ ଲାଗିଛି |

Pranab222
କୁଚିଣ୍ଡାର ଏକ ସଭାରେ ପ୍ରଣବ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଲେ ଯେ ଯେ କୁଚିଣ୍ଡା ଖଣିଜ ସଂପଦରେ ଭରପୁର। କେନ୍ଦ୍ର ସରକାରଙ୍କ ନାଲକୋ, ଏସିଏଲ ପରି ବଡବଡ ସଂସ୍ଥା ଏଠାରୁ ଖଣିଜ ନେଉଛନ୍ତି। ହେଲେ ତା ପ୍ରତିବଦଳରେ ସେମାନେ ଦେଉଛନ୍ତି କଣ ବୋଲି ପ୍ରଣବ ପ୍ରଶ୍ନ କରି ଉତ୍ତର ଦେଇଥିଲେ ଯେ ସେମାନେ କେବଳ ପାଉଁଶ ଓ ଧୂଆଁ ଦେଉଛନ୍ତି |
ସେହିପରି ଗ୍ରାମାଞ୍ଚଳର ମିଶନଶକ୍ତି ମହିଳାମାନଙ୍କ ପ୍ରତି ସମବେଦନା ଜଣାଇ ପ୍ରଣବ ପ୍ରକାଶ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଲଢ଼ିବାକୁ ସ୍ଥିର କରିବା ପରେ ମାଆମାନଙ୍କ ଦୁବାଇ ଯାତ୍ରାକୁ ବନ୍ଦ କରିଦେଇଥିଲେ। ଆଉ ଯେବେ ନାମାଙ୍କନ ଭରିଲେ, ସେତେବେଳେ ମିଶନ ଶକ୍ତି ସଚିବଙ୍କୁ ବାହାର କରିଦେଲେ । ମିଶନ ଶକ୍ତି ସଚିବ ତଥା କେନ୍ଦ୍ରାପଡ଼ାର ଝିଅ ସୁଜାତା ରାଉତଙ୍କୁ ବାହାର କରିଦେଲେ ଧର୍ମେନ୍ଦ୍ର । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି, ଯଦି ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଜିତନ୍ତି, ତେବେ ସେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ପୂରା ବନ୍ଦ କରିଦେବେ। ଏ ଅସମ୍ମାନର ଜବାବ ଓଡ଼ିଶାର ଲକ୍ଷ ଲକ୍ଷ ମିଶନ ଶକ୍ତି ମା’ ନିଶ୍ଚୟ ଦେବେ ବୋଲି ପ୍ରଣବ କହିଛନ୍ତି । ପ୍ରଣବଙ୍କ ଏହି ଆହ୍ବାନ ମିଶନଶକ୍ତିର ମାଆମାନଙ୍କ ଭିତରେ ପ୍ରଣବଙ୍କ ପ୍ରତି ଏକ ସହାନୁଭୂତିର ଲହର ଆଣି  ଦେଇଛି |

Pranab33

ପ୍ରଣବଙ୍କ ଜନସେବା ତାଙ୍କ ପ୍ରତି ଲୋକଙ୍କ ସହାନୁଭୂତିକୁ ବହୁଗୁଣିତ କରିଛି | ପ୍ରବଳ ଗ୍ରୀଷ୍ମ ତଥା ବର୍ତ୍ତମାନର ନିର୍ବାଚନୀ ମାହୋଲରେ ସବୁ ଦଳ ବ୍ୟସ୍ତ ଥିବା ବେଳେ ସମ୍ବଲପୁରରେ ଉତ୍କଟ ରକ୍ତାଭାବକୁ ଲକ୍ଷ୍ୟ କରି ସମ୍ବଲପୁର ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ସୌଜନ୍ୟରୁ ଏକ ଜରୁରୀକାଳୀନ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଏହି ଶିବିରରେ ନିଜେ ପ୍ରଣବ ପ୍ରକାଶ ଦାସ ରକ୍ତଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ପ୍ରତିଟି ଜୀବନ ମୁଲ୍ୟବାନ” ଉକ୍ତିକୁ ସାର୍ଥକ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳ ସବୁ ସମୟ ଅସମୟରେ ଲୋକଙ୍କ ସହ ରହେ ଏହା ଶ୍ରେଷ୍ଠ ପ୍ରମାଣ।

Pranabdas3
ସୂଚନାଯୋଗ୍ୟ ଯେଉଁଦିନ ଏହି ଆସନ ପାଇଁ ପ୍ରଣବ ପ୍ରକାଶ ଦାସ ନାମାଙ୍କନ ଦାଖଲ କଲେ ସେଦିନ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ ବାର୍ତା ଜାରି କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ନବୀନଙ୍କ ଏକ ଭିଡିଓ ଏକ ବଡ଼ ସଙ୍କେତ ଦେଇଥିଲା । ଏଠାର ଲୋକସଭା ଲଢ଼େଇ କେବଳ ହାର୍ ଜିତର ପ୍ରଶ୍ନ ହୋଇ ରହନି ବରଂ ସମ୍ବଲପୁର ଏବେ ଦଳ ପାଇଁ ସମ୍ମାନର ପ୍ରଶ୍ନ ପାଲଟି ଯାଇଛି । ତେଣୁ ବବି ବାବୁଙ୍କ ପରିଶ୍ରମ ନିଶ୍ଚିତ ସଫଳ ହେବ ବୋଲି ବିଜେଡି ଦଳ ସମେତ ରାଜେନୈତିକ ବିଶ୍ଳେଷକମାନେ ମଧ୍ୟ ଅନୁମାନ କଲେଣି |
ତେବେ ଏଥିରେ କୌଣସି ସନ୍ଦେହ ନାହଁ ଯେ, ସମ୍ବଲପୁରରେ ଲଢ଼େଇ ଏଥର ଦମଦାର ହେବ | କାରଣ ଏହି ଲୋକସଭା ଆସନ ଲାଗି ଗୋଟିଏ ପଟେ ବିଜେଡିର ସଂଗଠନ ସଂପାଦକ ଥିବା ବେଳେ ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଭଳି ପ୍ରତିଦ୍ୱନ୍ଦୀ ଅଛନ୍ତି । ତେଣୁ ସମ୍ବଲପୁରରେ ବଡ଼ଧରଣର ଟକ୍କର ହେବ ।
ଏହା ପରେ ବି ପ୍ରଣବପ୍ରକାଶ (ବବି) ବାବୁଙ୍କ ଲୋକପ୍ରିୟତା ବଢିବା ଉଭୟ ବିଜେପି ଓ କଂଗ୍ରସ ପ୍ରାର୍ଥୀଙ୍କ ଲାଗି ମୁଣ୍ଡ ବିନ୍ଧାର କାଣ ହେଲାଣି |