Onn 3

କ୍ଷୀରୋଦ ସାମନ୍ତରାୟ ସ୍ମୃତି କମିଟିର ବନ୍ଧୁମିଳନ

State

ନିଶ୍ଚିନ୍ତକୋଇଲି : ଅସୁରେଶ୍ୱର ପଞ୍ଚାୟତର ପୂର୍ବତନ ସରପଞ୍ଚ ,ଗାନ୍ଧିବାଦୀ ନେତା,ସମାଜସେବୀ ସ୍ୱର୍ଗତ କ୍ଷୀରୋଦ ସାମନ୍ତରାୟ ସ୍ମୃତି କମିଟି ପକ୍ଷରୁ ନିରାଶ୍ରାୟୀ ନୟନପୁର ମଠ ପରିସରରେ ୨୦୨୪ ନବବର୍ଷର ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଛି । ସ୍ମୃତି କିମିଟିର ସଭାପତି ବିଜୟ କୁମାର ବଳଙ୍କ ପୌରହିତ୍ୟରେ ଏଥ୍‌ôରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଫକୀର ଚରଣ ନାୟକ, ମୁଖ୍ୟ ବକ୍ତା ଭାବେ ସମ୍ବାଦର ସହସମ୍ପାଦକ ରାଜେଶ କୁମାର ନାୟକ,ସମ୍ମାନୀତ ଅତିଥି ଭାବେ କମିଟିର ସମ୍ପାଦକ କାର୍ତ୍ତିକଚନ୍ଦ୍ର ଦାସ, ସାମ୍ବାଦିକ ମନୋରଂଜନ ଭୂୟାଁ, ସାମ୍ବାଦିକ ପ୍ରଫୁଲ୍ଲ ଦାସ, ଆଶିଷ ପଣ୍ଡା, ସରପଞ୍ଚ ଚିତ୍ତରଂଜନ ମଲିକ,ପୂର୍ବତନ ସରପଞ୍ଚ ମହେଶ୍ୱର ବାରିକ, କୃଷକ ନେତା ସୁବାଷଚନ୍ଦ୍ର ନାୟକ, ଗୁରୁପ୍ରସାଦ ମହାନ୍ତି, ଅଧ୍ୟାପକ ଗୌତମ ପଟ୍ଟନାୟକ, ସାମ୍ବାଦିକ ପ୍ରତାପ ଶତପଥୀ, ସରୋଜ କୁମାର ସିଂ, ପୂର୍ବତନ ସମିତିସଭ୍ୟ ଅନ୍ତରାମ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଯୁବନେତା ଅଭିନ୍ନ ସୁନ୍ଦର ସାମନ୍ତରାୟ ସ୍ୱାଗତ ଭାଷଣ ,ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ପୂର୍ବତନ ସରପଞ୍ଚ ପଦ୍ମାଳୟା ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।