Onn 3

ଜଗନ୍ନାଥ ସଂସ୍କୃତି ସଂକ୍ରାନ୍ତ ଆଲୋଚନା ଚକ୍ର

State

ନିଶ୍ଚିନ୍ତକୋଇଲି : ନତକାଇ ସ୍ଥିତ ବଲ୍ଲଭୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରାଳୟ ଆନୁକୂଲ୍ୟରେ ଜଗନ୍ନାଥ ସଂସ୍କୃତି ସଂକ୍ରାନ୍ତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ନିବେଦିତା ଦାସଙ୍କ ସଭାପତିତ୍ୱରେ ଜଗନ୍ନାଥ ସଂସ୍କୃତି ବିଶାରଦ ଅବସରପ୍ରାପ୍ତ ପ୍ରଫେସର ଡ଼ଃ.ପୂର୍ଣ୍ଣଚନ୍ଦ୍ର ଓଝା, ଚାନ୍ଦୋଳ କଲେଜର ଅଧ୍ୟକ୍ଷ ଡ଼ଃ.ଲକ୍ଷ୍ମଣ କୁମାର ଦାସ ପ୍ରମୁଖ ଯୋଗ ଦେଇ ସାର ଗର୍ଭକ ଆଲୋଚନା କରିଥିଲେ । ନୋଡ଼ାଲ ଅଧିକାରୀ ଅଧ୍ୟାପକ କ୍ଷିତିଶ ଭୂୟାଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀମାନେ ଉପସ୍ଥିତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ ସୁପ୍ରିୟା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।