Onn 3

ବାପୁଜୀ ବିଦ୍ୟାପୀଠ ୧୯୮୨ ମାଟ୍ରିକ ବ୍ୟାଚ୍ ବିଦ୍ୟାର୍ଥୀ ସମାବେଶ

State

ନିଶ୍ଚିନ୍ତକୋଇଲି :ବରାଦୋ ପଞ୍ଚାୟତ ସ୍ଥିତ ପାଟପୁର ଠାରେ ଥିବା ବୁପୁଜୀ ବିଦ୍ୟାପୀଠ ୧୯୮୨ ମାଟ୍ରିକ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇଛି । ଛାତ୍ର ବାଣୀରଂଜନ ସାମଲଙ୍କ ପୌରହିତ୍ୟରେ ପ୍ରଥମେ ଏହି ବ୍ୟାଚର ଦିବଂଗତ ୮ଜଣ ଛାତ୍ର ଛାତ୍ରୀଙ୍କ ପାଇଁ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ଥିବା ୪୦ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀମାନେ ଏଥ୍‌ôରେ ଯୋଗ ଦେଇ ଆଗାମୀ ଦିନରେ ଏହି ବ୍ୟାଚ୍ ପକ୍ଷରୁ କରାଯିବାକୁ ଥିବା ସାମାଜିକ କାର୍ଯ୍ୟକ୍ରମ ଓ ବିଦ୍ୟାଳୟର ଉନ୍ନତି ପାଇଁ ମୋ ସ୍କୁଲ ଯୋଜନାରେ ସମ୍ପୃତିକରଣ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ଏହି ଆଲୋଚନାରେ ଶିଳ୍ପପତି ଉତ୍ସବ ଚନ୍ଦ୍ର ଭଞ୍ଜ, ସ୍ୱତନ୍ତ୍ର ଶ୍ରେଣୀ କଣ୍ଟ୍ରାକଟର ଅଜୟ କୁମାର ରାଉତ, ସହକାରୀ ନିର୍ବାହୀ ଯନ୍ତ୍ରୀ ବାନାମ୍ବର ଦାସ, ସୁକାନ୍ତ ଶତପଥୀ,କିଶୋର ଦାସ,ନିରଞ୍ଜନ ପଣ୍ଡା,ହେମନ୍ତ ଦାସ, ଲକ୍ଷ୍ମୀକାନ୍ତ ରାଉଳ, ବୀଣାପାଣି ଦାସ,ଶୈଳବାଳା ପଣ୍ଡା, ପ୍ରଭାସିନୀ ରାଉତ,ରେବତୀ ରାଉତ ପ୍ରମୁଖ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବିଗତ ୪୨ବର୍ଷ ପରେ ସମସ୍ତ ସହପାଠୀ ମାନେ ଏକାଠି ହୋଇଥିବାରୁ ବିଦ୍ୟାଳୟ ଜୀବନର ବିିଭିନ୍ନ ସ୍ମୃତିକୁ ମନେପକାଇ ବହୁ ଉତ୍ସାହିତ ହୋଇଥିଲେ । ଶେଷରେ ଏକ ପଂକ୍ତିଭୋଜନର ଆୟୋଜନ କରାଯାଇଥିଲା ।