Mur

ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ

State

ଘଟଗାଁ: ଘଟଗାଁ ଥାନା କାଶିବେଡା ଗ୍ରାମରେ ଅଭାବନୀୟ ଘଟଣା ।  ସ୍ୱାମୀକୁ ପଥରରେ ଛେଚି ହତ୍ୟା କଲା ସ୍ତ୍ରୀ ।  ପ୍ରତିଦିନ ନିଶାସକ୍ତ ସ୍ୱାମୀର ଅତ୍ୟାଚାର ଅସହ୍ୟ ହେବାରୁ ସହିନପାରି ସ୍ୱାମୀକୁ ହତ୍ୟା କରିଥିବା କୁହାଯାଉଛି ।  ମୃତକ ହେଲେ ସୁନାରାମ ମୁଣ୍ଡା (ବସ୍ତା) ।

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ସୁନାରାମ ମୁଣ୍ଡା ସ୍ତ୍ରୀ ସୁକୁମ ତିମୁଣ୍ଡାକୁ ନିଶାସକ୍ତ ଅବସ୍ଥାରେ ମାରପିଟ କରି କିଛି ସମୟ ପରେ ସେ ନିଜ ଘର ନିକଟରେ ଥିବା ପଡିଆରେ ଶୋଇଥିବାବେଳେ ସ୍ତ୍ରୀ ଉତ୍ୟକ୍ତ ହୋଇ ପଥର ଛେଚି ମାରି ଦେଇଥିଲା । ଗୁରୁତର ଅବସ୍ଥାରେ ସୁନାରାମକୁ ହସ୍ପିଟାଲ ଅଣାଯାଇଥିଳେ ବି ସେଠାରେ ତା’ର ମୃତ୍ୟୁ ହୋଇଥିଲା ।