୍ଳନସ 750x430

ତୀବ୍ର ହେବ ଡାକ୍ତର ଆନ୍ଦୋଳନ, ଯୋଗ ଦେବେନି ସରକାରୀ ଡାକ୍ତର

State

ଭୁବନେଶ୍ବର: କୋଲକାତାରେ ମହିଲା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଧିରେ ଧିରେ ତୀବ୍ର ହେଉଛି ଡାକ୍ତର ଆନ୍ଦୋଳନ । ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଜୋର ସୋର ଦେଖିବାକୁ ମିଳିଛି । ଆଜି ଏହାକୁ ନେଇ କଟକ ଏସସିବି, ବୁର୍ଲା ଭୀମସାର, ବ୍ରହ୍ମପୁର ଏମକେସିଜି, ଭୁବନେଶ୍ବର ଏମ୍ସରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ଡାକ୍ତର । ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ପ୍ରଭାବିତ ହୋଇଛି ।

ସେପଟେ ଆସନ୍ତାକାଲି ମଧ୍ୟ ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନ ଜାରି ରହିବ । ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଓଡିଶା ଡାକ୍ତରୀ ଶିକ୍ଷା ଓ ତାଲିମର ନିର୍ଦ୍ଦେଶକ ବା ଡିଏମଇଟି । ଏନେଇ ସେ କହିଛନ୍ତି, ଆସନ୍ତାକାଲି ରାଜ୍ୟବ୍ୟାପୀ ଡାକ୍ତର ଆନ୍ଦୋଳନ ଜାରି ରହିବ । ଆସନ୍ତାକାଲିର ଡାକ୍ତର ଆନ୍ଦୋଳନରେ ସରକାରୀ ଚାକିରିରେ ଥିବା ଡାକ୍ତର ଆନ୍ଦୋଳନ କରିବେନାହିଁ । ମେଡିକାଲ କଲେଜର ଜୁନିୟର ଡାକ୍ତର ଓ ହାଉସ ସର୍ଜନ ଏହି ଆନ୍ଦୋଳନ କରିବେ । କେତେଦିନ ସେମାନେ ଆନ୍ଦୋଳନ କରିବେ ତାହା ସ୍ପଷ୍ଟ କରିନାହାନ୍ତି । ଆନ୍ଦୋଳନ କଲେ ମଧ୍ୟ ଜରୁରିକାଳୀନ କାମ ସମସ୍ତେ କରିବେ । ହେଲେ ଏହା ଦ୍ବାରା ସେବା ନିଶ୍ଚିତ ପ୍ରଭାବିତ ହେବ । ସିନିୟର ଡାକ୍ତର ଉଭୟ ଆଉଟଡୋର ଓ ଇନଡୋର ସେବା କାର୍ଯ୍ୟରେ ନିୟୋଜିତ ରହିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଜରୁରୀ ସେବା ରକ୍ଷଣାବେକ୍ଷଣ ନିୟମ ବା ଇଏସଏମଏ ଲାଗୁ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ସେପଟେ କୋଲକାତାରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଏସୟୁସିଆଇ । ଏହାଦ୍ବାରା ମେଟ୍ରୋ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଗତ ୧୪ ତାରିଖରେ ଆରଜି କର ମେଡିକାଲ କଲେଜରେ ଭଙ୍ଗା ରୁଜା ଓ ଡାକ୍ତରଙ୍କୁ ମାଡ ମାଡିବା ଘଟଣାରେ ଏହି ବନ୍ଦ ଡାକରେ ଦିଆାଯାଇଛି । ଯାହା ସଂଧ୍ୟା ୬ଟା ଯାଏ ବଳବତ୍ତର ରହିବ । ଅନ୍ୟପଟରେ ଏହି ଘଟଣାର ଖୋଳତାଳ ଜାରି ରଖିଛି ସିବିଆଇ ।