Onn 3

ପୂର୍ଣ୍ଣଚନ୍ଦ୍ର ମେଧା ଅନ୍ନେଷଣ ଛାତ୍ରାବୃତ୍ତି ପ୍ରଦାନ ଉତ୍ସବ

State

ବାରିପଦା: ସ୍ଥାନୀୟ ରଘୁନାଥପୁର (ବାରିପଦା) ପୂର୍ଣ୍ଣଚନ୍ଦ୍ର ମେମୋରିୟାଲ୍ ଟ୍ରଷ୍ଟ ତରଫରୁ ପୂର୍ଣ୍ଣଚନ୍ଦ୍ର ମେଧା ଅନ୍ନେଷଣ ଛାତ୍ରାବୃତ୍ତି ପ୍ରଦାନ ପାଇଁ ଟ୍ରଷ୍ଟର ସଭାପତି ଇଂ ପ୍ରଭାସ କୁମାର ଦାସଙ୍କ ପୌରହିତରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ କୃଷ୍ଣଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ତଥା ସମାଜସେବୀ ଡ଼ା: ଆଦିତ୍ୟ କୁମାର ପଣ୍ଡା ଏବଂ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡ଼ା: ସମୀର ରଞ୍ଜନ ପ୍ରଧାନ ପ୍ରଭୃତି ଯୋଗନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟାପକ ଡ଼ା: ଆଦର୍ଶ ଶତପଥୀ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ଵାଗତ ଅଭିଭାଷଣ ଦେଇଥିବା ବେଳେ ଅଧ୍ୟାପିକା ଋତୁପର୍ଣ୍ଣା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟତମ ଟ୍ରଷ୍ଟି ପ୍ରଶାନ୍ତ କୁମାର ଦାସ ଉତ୍ସବରେ ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷା ଅଙ୍କିତା ବାରିକ ଅନୁଷ୍ଠାନ ସମ୍ପର୍କରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କମଧ୍ୟରେ ଇଂ ଯତୀନ ବାରିକ, ରମାକାନ୍ତ ପାତ୍ର, ଦେବସ୍ମିତା ବାରିକ, ଦେବାଶିଷ ଗାନ୍ଧୀ ଓ ବିଜୟ ବେହେରା କାର୍ଯ୍ୟକ୍ରମ ପରିଚଳନା କରିଥିଲେ ।

ମୟୂରଭଞ୍ଜ ଜିଲ୍ଲାର ୨୬ ଗୋଟି ବ୍ଲକ ଦୁଇଟି ପୌରପରିଷଦ ଓ ବିକାଶିତ ଅଞ୍ଚଳ ପରିଷଦରୁ ସର୍ବମୋଟ ୯୦୨ ଜଣ ଛାତ୍ରଛାତ୍ରୀ ଉପରୋକ୍ତ ମେଧା ଅନ୍ଵେଷଣ ପରୀକ୍ଷାରେ ଭାଗ ନେଇଥିଲେ । ସେଥି ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ନିରଞ୍ଜନ ଆଚାର୍ଯ୍ୟଙ୍କୁ ୧୫,୦୦୦/-, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ନୟନ ରଞ୍ଜନ ମହାରଣାଙ୍କୁ ୧୦,୦୦୦/- ଓ ତୃତୀୟ ସ୍ଥାନରେ ଅଧିକାର କରିଥିବା ଶ୍ରୁତି ପ୍ରିୟଙ୍କା ଗିରିଙ୍କୁ ଟ. ୫,୦୦୦/- ଛାତ୍ରବୃତ୍ତି ପ୍ରଦାନ ସହିତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଚତୁର୍ଥ ରୁ ଦଶମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଟ.୧,୦୦୦/- ଲେଖା ଛାତ୍ରବୃତ୍ତି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ଏକାଦଶ ରୁ ପଚାଶ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ସାନ୍ତ୍ଵନାମୂଳକ ପୁରସ୍କାର ସହିତ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏଠାରେ ପ୍ରକାଶ ଥାଉକି ଆଗାମୀ ଦିନରେ ଏପରି ଛାତ୍ରଛାତ୍ରୀ ମାନଙ୍କୁ ସର୍ବାଙ୍ଗୀନ ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ସଭାପତି ନିଜର ବକ୍ତବ୍ୟରେ ପ୍ରତିପାଦନ କରିଥିଲେ ।