Onn 3

ଜିଲ୍ଲାରେ କୃଷି ପ୍ରଯୁକ୍ତିବିଦ୍ୟା ସଂସ୍ଥା ପକ୍ଷରୁ ୩୩ତମ ପରିଚାଳନା ବୋର୍ଡ ବୈଠକ ଅନୁଷ୍ଠିତ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ କୃଷି ଏବଂ ଚାଷର ଉତ୍ତମ ପରିଚାଳନା ପାଇଁ ଆଦ୍ୟ ମଙ୍ଗଳବାର ଦିନ ୩୩ତମ ପରିଚାଳନା ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ (ଭା.ପ୍ର.ସେ.)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ କୃଷି ପ୍ରଯୁକ୍ତିବିଦ୍ୟା ପରିଚାଳନା ସଂସ୍ଥା ପକ୍ଷରୁ ସମସ୍ତ ଯଥାରୀତି କାର୍ଯ୍ୟାବଳୀ ପାଇଁ ଉଚିତ ପଦକ୍ଷେପ ମାନ ବିଷୟରେ ଆଲୋଚନା ହୋଇଥିଲା | ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ତରୁଣ ଛୋଟରାୟ ଏହି ସଂକ୍ରାନ୍ତ ରେ ୨୦୨୩ରେ ଜିଲ୍ଲାରେ କୃଷି ଏବଂ ଚାଷର ସଫଳତା ବାର୍ଷିକ ବିବରଣୀ ଜିଲ୍ଲାପାଳଙ୍କ ନିକଟରେ ଏବଂ ସମନ୍ୱୟ କମିଟିର ସମସ୍ତ ସଦସ୍ୟ ମାନଙ୍କ ପାଖରେ ଉପସ୍ଥାପନା କରିଥିଲେ. ଜିଲ୍ଲାର ସମସ୍ତ ୨୬ଟି ବ୍ଲକରେ ଆଶାନୁରୂପ ସଫଳତା ମିଳିଥିବା ବେଳେ ଚଳିତ ବର୍ଷ ୧୩.୭୯% ବର୍ଷର ପରିମାଣ କାମ ଥିଲା ବୋଲି ଶ୍ରୀ ଛୋଟରାୟ କହିଥିଲେ | ଖରିଫ ଏବଂ ରବି ଫସଲ ଉଭୟରେ ମିଶ୍ରିତ ସଫଳତା ମିଳିଥିବା ବେଳେ ଆଗାମୀ ବର୍ଷ ପାଇଁ ଏହି ସଫଳତାକୁ ଆହୁରି ବର୍ଦ୍ଧିତ କରାଯିବ ବୋଲି ସେ ମତ ପ୍ରକାଶ କରିଥିଲେ. ଚଳିତ ବର୍ଷ ଜିଲ୍ଲାର ୪ଟି ଉପଖଣ୍ଡରେ ହୋଇଥିବା କୃଷି ଯାନ୍ତ୍ରିକ ମେଳାରେ ୩.୯କୋଟି ର ଲାଭ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ଚାଷୀମାନେ କୃଷି ବୈଜ୍ଞାନିକ ପଦ୍ଧତ୍ତି ଦ୍ୱାରା ଉପକୃତ ହୋଇଛନ୍ତି | ସର୍ବୋପରି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ, ଏହି ସମସ୍ତ ବିବରଣୀ ବିଷୟରେ ମନ୍ତବ୍ୟ ଦେବା ସହିତ ଓଡିଶା ମିଲେଟ ମିଶନର ସଫଳତା ପାଇଁ ଉପଯୁକ୍ତ ପ୍ରକ୍ରିୟା ବିଷୟରେ ପଚାରି ବୁଝିଥିଲେ|

ପ୍ରକାଶ ଥାଉକି, କୃଷି ବିଭାଗର ଯଥେଷ୍ଟ ପ୍ରୟାସ ଦ୍ୱାରା ଚାଷୀ ମାନେ ମୁଖ୍ୟତଃ ମାଣ୍ଡିଆ ଏବଂ ଅନ୍ୟାନ୍ୟ ମିଲେଟ ଖାଦ୍ୟ ଶସ୍ୟ ମଣ୍ଡି ଠାରେ ପହଂଚାଇବାର ତୁରନ୍ତ ଏବଂ ଅତିବେଶୀରେ ୧୫ ଦିନ ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ସମସ୍ତ ରାଶି ପ୍ରଦାନ କର ଯାଉଛି. ମୟୂରଭଞ୍ଜ ଏକ ଅଧିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏଠାରେ ରାସାୟନିକ ସାର ବଦଳରେ, ଜୈବିକ ସାରର ଅଧିକ ପ୍ରୟୋଗ ହେଉ ଅଛି ଏଥି ସହିତ ଜଳ ସେଚନ ପାଇଁ ଉତ୍ତମ ବ୍ୟବସ୍ଥା କରା ଯାଉଛି | ଏହି ବୈଠକକୁ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା, ସହକାରୀ କୃଷି ଅଧିକାରୀ ପରିଚାଳନା କରିଥିବା ବେଳେ ଜିଲ୍ଲାର ସମସ୍ତ ବିଭାଗୀୟ, ସହକାରୀ ବିଭାଗୀୟ ଅଧିକାରୀ ତଥା କର୍ମକର୍ତା ସମେତ ଅନ୍ୟ ସହକର୍ମୀ ବୃନ୍ଦ ସହଯୋଗ କରିଥିବାର ସୂଚନା ପ୍ରକାଶ.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ କୃଷି ପ୍ରଯୁକ୍ତିବିଦ୍ୟା ପରିଚାଳନା ସଂସ୍ଥା ପକ୍ଷରୁ ସମସ୍ତ ଯଥାରୀତି କାର୍ଯ୍ୟାବଳୀ ପାଇଁ ଉଚିତ ପଦକ୍ଷେପ ମାନ ବିଷୟରେ ଆଲୋଚନା ହୋଇଥିଲା | ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ତରୁଣ ଛୋଟରାୟ ଏହି ସଂକ୍ରାନ୍ତ ରେ ୨୦୨୩ରେ ଜିଲ୍ଲାରେ କୃଷି ଏବଂ ଚାଷର ସଫଳତା ବାର୍ଷିକ ବିବରଣୀ ଜିଲ୍ଲାପାଳଙ୍କ ନିକଟରେ ଏବଂ ସମନ୍ୱୟ କମିଟିର ସମସ୍ତ ସଦସ୍ୟ ମାନଙ୍କ ପାଖରେ ଉପସ୍ଥାପନା କରିଥିଲେ | ଜିଲ୍ଲାର ସମସ୍ତ ୨୬ଟି ବ୍ଲକରେ ଆଶାନୁରୂପ ସଫଳତା ମିଳିଥିବା ବେଳେ ଚଳିତ ବର୍ଷ ୧୩.୭୯% ବର୍ଷର ପରିମାଣ କାମ ଥିଲା ବୋଲି ଶ୍ରୀ ଛୋଟରାୟ କହିଥିଲେ | ଖରିଫ ଏବଂ ରବି ଫସଲ ଉଭୟରେ ମିଶ୍ରିତ ସଫଳତା ମିଳିଥିବା ବେଳେ ଆଗାମୀ ବର୍ଷ ପାଇଁ ଏହି ସଫଳତାକୁ ଆହୁରି ବର୍ଦ୍ଧିତ କରାଯିବ ବୋଲି ସେ ମତ ପ୍ରକାଶ କରିଥିଲେ. ଚଳିତ ବର୍ଷ ଜିଲ୍ଲାର ୪ଟି ଉପଖଣ୍ଡରେ ହୋଇଥିବା କୃଷି ଯାନ୍ତ୍ରିକ ମେଳାରେ ୩.୯କୋଟି ର ଲାଭ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ଚାଷୀମାନେ କୃଷି ବୈଜ୍ଞାନିକ ପଦ୍ଧତ୍ତି ଦ୍ୱାରା ଉପକୃତ ହୋଇଛନ୍ତି | ସର୍ବୋପରି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ, ଏହି ସମସ୍ତ ବିବରଣୀ ବିଷୟରେ ମନ୍ତବ୍ୟ ଦେବା ସହିତ ଓଡିଶା ମିଲେଟ ମିଶନର ସଫଳତା ପାଇଁ ଉପଯୁକ୍ତ ପ୍ରକ୍ରିୟା ବିଷୟରେ ପଚାରି ବୁଝିଥିଲେ |

ପ୍ରକାଶ ଥାଉକି, କୃଷି ବିଭାଗର ଯଥେଷ୍ଟ ପ୍ରୟାସ ଦ୍ୱାରା ଚାଷୀ ମାନେ ମୁଖ୍ୟତଃ ମାଣ୍ଡିଆ ଏବଂ ଅନ୍ୟାନ୍ୟ ମିଲେଟ ଖାଦ୍ୟ ଶସ୍ୟ ମଣ୍ଡି ଠାରେ ପହଂଚାଇବାର ତୁରନ୍ତ ଏବଂ ଅତିବେଶୀରେ ୧୫ ଦିନ ମଧ୍ୟରେ ସେମାନଙ୍କ ଆକାଉଣ୍ଟକୁ ସମସ୍ତ ରାଶି ପ୍ରଦାନ କର ଯାଉଛି. ମୟୂରଭଞ୍ଜ ଏକ ଅଧିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏଠାରେ ରାସାୟନିକ ସାର ବଦଳରେ, ଜୈବିକ ସାରର ଅଧିକ ପ୍ରୟୋଗ ହେଉ ଅଛି ଏଥି ସହିତ ଜଳ ସେଚନ ପାଇଁ ଉତ୍ତମ ବ୍ୟବସ୍ଥା କରା ଯାଉଛି. ଏହି ବୈଠକକୁ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା, ସହକାରୀ କୃଷି ଅଧିକାରୀ ପରିଚାଳନା କରିଥିବା ବେଳେ ଜିଲ୍ଲାର ସମସ୍ତ ବିଭାଗୀୟ, ସହକାରୀ ବିଭାଗୀୟ ଅଧିକାରୀ ତଥା କର୍ମକର୍ତା ସମେତ ଅନ୍ୟ ସହକର୍ମୀ ବୃନ୍ଦ ସହଯୋଗ କରିଥିବାର ସୂଚନା ପ୍ରକାଶ |