Onn 3

ବାରିପଦା ଠାରେ ରାସାୟନିକ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଟେବୁଲ ଟପ ଅଭ୍ୟାସ

State

ବାରିପଦା: ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଏକ ଟେବୁଲ ଟପ ଅଭ୍ୟାସ, ବାରିପଦା ସ୍ଥିତ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି. ଡେପୁଟି କଲେକ୍ଟର ସୁଶ୍ରୀ ଶ୍ରଦ୍ଧା ସୁମନ, ଏହି ବୈଠକରେ ଆଗକୁ ଡାଏନା ଫୋମ୍ସ ଇଣ୍ଡଷ୍ଟ୍ରି , ରାଇରଙ୍ଗପୁର ଠାରେ ହେବାକୁ ଥିବା ରାସାୟନିକ ବିପର୍ଯ୍ୟୟ ପରିଚାଳନାର ମକ ଡ୍ରିଲ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ | ଏହି ଟେବୁଲ ଟପ ଅଭ୍ୟାସରେ ସୁଶ୍ରୀ ସୁମନ କଂଟ୍ରୋଲ ରୁମ , Triaged Centre, ରିଲିଫ ସେଣ୍ଟର, ପ୍ରଦୂଷଣ ସ୍ଥାନ, ନାଲି, ହଳଦିଆ ସବୁଜ ଜୋନ୍ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ. ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ୍ରାଫ, ଅଗ୍ନିଶମ, ପୋଲିସ, ସୂଚନା ଓ ଲୋକସମ୍ପର୍କ, ମହିଳା ଏବଂ ଶିଶୁ ବିକାଶ, ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗ, ଯୋଗାଣ ଆଦି ବିଭାଗ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ | ଡାଏନା ଫୋମ୍ସ ଇଣ୍ଡଷ୍ଟ୍ରିର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଟି.କେ. ବିଜୟନ ଇଣ୍ଡଷ୍ଟ୍ରି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ବ୍ୟବହୃତ କେମିକାଲର ପ୍ରଭାବ ଉପରେ ସୂଚନା ଦେଇଥିଲେ | ଏଥି ସହିତ ଶ୍ରୀ ବିଜୟନ ଇଣ୍ଡଷ୍ଟ୍ରିର ମାନକ ଅପରେଟିଂ ପଦ୍ଧତି ସମସ୍ତ ଉପସ୍ଥାପନ କରିଥିଲେ |

ସୂଚନା ଥାଉକି, ଏହି ମକ ଡ୍ରିଲ ଆସନ୍ତା ୧୧ ତାରିଖରେ ରାଇରଙ୍ଗପୁର ଠାରେ, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେବ. ଏହି ଅଭ୍ୟାସରେ ଜିଲ୍ଲାର ସମସ୍ତ ଜରୁରୀକାଳୀନ ବିଭାଗର ଅଧିକାରୀ ମାନେ ଏହି ଟେବୁଲ ଟପ ଅଭ୍ୟାସକୁ ଡିପିଓ ଶ୍ରୀ ଜଗବନ୍ଧୁ ମହାନ୍ତି ସଂଯୋଜନା କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ|