Onn 3

ଭଉଣୀକୁ ଗୁଳି କରି ହତ୍ୟା କଲା ଭାଇ

Crime State

guli

କେନ୍ଦୁଝର: ଘରୋଇ କଳିରୁ ଭଉଣୀକୁ ଗୁଳି ମାରିଲା ଭାଇ । କେନ୍ଦୁଝର ପାଣ୍ଡପଡା ଥାନା ସୋମଗିରି ଗ୍ରାମରେ ଘଟିଛି ଏ ଘଟଣା। ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ମାରି ଥାନାରେ ଆତ୍ମସମର୍ପଣ କଲା ଭାଇ । ଗୁରୁତର ଭଉଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି  କରାଯାଇଥିଲା କିନ୍ତୁ ସେଠାରେ ସେ ମୃତ୍ୟୁବରଣ କରିଛନ୍ତି ।

ମିଳିଥିବା ସୂଚନା ଆଧାରରେ  ଅଭିଯୁକ୍ତ ଭାଇ ପ୍ରସନ୍ନ ବାରିକ ଏକ କମ୍ପାନୀରେ ଗନ ମ୍ୟାନ ଭାବେ କାର୍ଯ୍ୟ କରେ । ପ୍ରସନ୍ନର ଦେହ ଖରାପ ଥିବାରୁ ସେ ତାର ଭଉଣୀ ମାଳତୀ ବାରିକକୁ ଟଙ୍କା ମାଗିଥିଲା । ସେ ନଦେବାରୁ ଭାଇ ପ୍ରସନ୍ନ ଉତକ୍ଷିପ୍ତ ହୋଇ ଭଉଣୀକୁ ନିଜ ବନ୍ଧୁକରୁ ଗୁଳି କରିଥିଲା । ଗୁଳିଟି ତଙ୍କର କାନ୍ଧ ତଳେ ବାଜି ଥିବାରୁ ଭଉଣୀ ମାଳତୀ ମୃତ୍ୟୁବରଣ କରିଛି ।