Onn 3

ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ଚତୁର୍ଥ ସ୍ଥାପନା ଦିବସ ପାଳିତ

State

ବାରିପଦା : ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ଫ୍ୟୁଚର ଷ୍ଟାର ସ୍ପୋର୍ଟସର ଚତୁର୍ଥ ସ୍ଥାପନା ଦିବସ ପାଳିତ ହୋଇଯାଇଛି I ଏକାଡେମୀର ଉପଦେଷ୍ଟା ସୋମନାଥ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରତିଷ୍ଠାତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡଃ ଦେବାଶିଷ ମାର୍ଣ୍ଡି ଏକାଡେମୀର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ରଗବି ଖେଳାଳି ମାନଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, କ୍ରୀଡା ସଂଗଠକ ତଥା ସମାଜସେବୀ ଗିରିଶ ଚନ୍ଦ୍ର ଦାସ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ଦିଭାଇନ ଇନ୍ଷ୍ଟିଚ୍ୟୁଟି ଅଫ ଇଞ୍ଜିନିୟରିଙ୍ଗର ନିର୍ଦ୍ଦେଶକ ଇଂ ବିପ୍ଳବ ଭଂଜନ ଭୁଗୁଡେଇ, ସମାଜସେବୀ ଅମର କୁମାର ସେଠୀ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକ ପ୍ରମୁଖ ଯୋଗ ଦେଇ ଏକାଡେମୀର ନିଜ ପ୍ରୟାସରେ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳୀ ସୃଷ୍ଟି କରିପାରିଥିବାରୁ ଏକାଡେମୀର ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଖେଳାଳୀ ମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ I

ସ୍ୱାଗତ ଅଭିଭାଷଣରେ ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ ପ୍ରକାଶ କରିଥିଲେ ଯେ 2017 ମସିହାରେ ତାଙ୍କ ଦୁଇ ସାଥି ରୁପାଲୀ ସୋରେନ, ନିରଞ୍ଜନ ବିଶ୍ୱାଳ ଓ ମଙ୍ଗଲ ହାଁସଦାଙ୍କ ସହାୟତାରେ ପ୍ରତିଷ୍ଠା କରିଥିଲେ ଏହି ଏକାଡେମୀ I ନିଜସ୍ୱ ପ୍ରଚେଷ୍ଟାରେ ବାରିପଦାରେ ଘର ଭଡାନେଇ 5 ଜଣଙ୍କୁ ଛଉ ପଡିଆରେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ I ପରବର୍ତ୍ତୀ ସମୟରେ ଭାରତୀୟ ଟ୍ରଷ୍ଟ ଏକ୍ଟରେ ପଞ୍ଜିକୃତ ହେବାପରେ 2019 ରୁ ଆଜିପଯ୍ୟନ୍ତ ତକତପୁର ଭଡାଘର ହଷ୍ଟେଲରେ 22 ଜଣ ତଥା ସ୍ଥାନୀୟ ଅଂଚଳରୁ 30 ଜଣ ଏକାଡେମୀରେ ପ୍ରଶିକ୍ଷଣ ନେଉଛନ୍ତି I ପ୍ରକାଶ ଥାଉକି ଏହି ଅନୁଷ୍ଠାନରୁ 2 ଜଣ ଅନ୍ତର୍ଜାତୀୟ, 8 ଜଣ ଯୁବତୀ ଓ 5 ଜଣ ଯୁବକ ଜାତୀୟ କୋଚିଂ କେମ୍ପରେ ପ୍ରଶିକ୍ଷଣ ନେଉଛନ୍ତି I ଏହି ଅବସରରେ ଏକାଡେମୀକୁ ଆର୍ଥିକ ଓ ଶାରୀରିକ ସହାୟତା କରିଥିବା ସମସ୍ତ ଅତିଥି, ଡ୍ରାଇଭର ଏସୋସିଏସନର କର୍ମକର୍ତ୍ତା ତଥା ଦିବ୍ୟାଙ୍ଗ ଟେମ୍ପୋ ଡ୍ରାଇଭର ରଞ୍ଜିତ ରାଉତ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା I ଏମ ସାଇ ପ୍ରୀତି ଓ ଏମ ସାଇ ଜ୍ୟୋତିଙ୍କ ନୃତ୍ୟ ସମସଙ୍କୁ ବିମୋହିତ କରିଥିଲା I