Onn 3

ଗୋପିନାଥପୁରରେ ଜୟ ଜଗନ୍ନାଥ ଅର୍ପଣ ରଥ

State

ଆଗରପଡ଼ା :ବନ୍ତ ବ୍ଲକ ସ୍ତରୀୟ ଜୟ ଜଗନ୍ନାଥ ଅର୍ପଣ ରଥର ରବିବାର ଆଗରପଡ଼ା ସ୍ଥିତ ପୁରୁଷଣ୍ଢ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ପ୍ରଫୁଲ୍ଲ ସାମଲ ଶୁଭାରମ୍ଭ କରି ଏହି ରଥ ବନ୍ତ ବ୍ଲକର ୨୫ଗୋଟି ପଂଚାୟତ ଅଂଚଳକୁ ପରିକ୍ରମା କରି ପ୍ରତି ଘରୁ ଅକ୍ଷତ ଗୁଆ ଏବଂ ଚାଉଳ ସଂଗ୍ରହ କରିବ ବୋଲି ସୂଚନା ଦେବା ସହ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ପରିପ୍ରେକ୍ଷିରେ ମଙ୍ଗଳବାର ଗୋପିନାଥପୁର ପଂଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ହୋଇଛି ।

ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଦ୍ୱାରା ଅର୍ପଣ ରଥର ପୂଜାର୍ଚ୍ଚନା କରାଯିବା ପରେ କୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ ଓ ଝାଞ୍ଜ ବାଦନର ତାଳେତାଳେ ଅର୍ପଣ ରଥ ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା । ଏଥିରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,କରୁଣାକର ଦାସ,ରମେଶ ସାହୁ, ରମେଶ ଜେନା,ପ୍ରିୟବ୍ରତ ଜେନା, ବୈକୁଣ୍ଠ ଜେନା, ବିଶୁ ଜେନା, ଗୋପବଂଧୁ ସାହୁ, କୈଳାସ ଦାସ,ରଂଜନ ଦାସ, ଲକ୍ଷ୍ମୀଧର ଜେନା ଏବଂ ନରେନ୍ଦ୍ର ଜେନାଙ୍କ ସମେତ ଶତାଧିକ ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ ।