Image 87.jpg

ଧରାପଡିଲେ ଦୁଇ ଲୁଟେରା

Crime State

 

image-87

ଭୁବନେଶ୍ବର: ଧରାପଡିଲେ ଦୁଇ ଲୁଟେରା । ଏକୁଟିଆ ଦେଖି ଜଣେ ମହିଳାଙ୍କ ଠାରୁ ଝାମ୍ପିନେଇଥିଲେ ତାଙ୍କ ଭ୍ୟାନିଟ୍ ବ୍ୟାଗ । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଉକ୍ତ ମହିଳା ଜଣଙ୍କ । ଅଭିଯୋଗକୁ ଆଧାରକରି ଆଜି ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଚନ୍ଦନ ନାୟକ ଓ ଦିଲ୍ଲୀପ ନାୟକ ।

ଖବର ମୁତାବକ, ଏକ ହଳଦିଆ ପଲସରରେ ଆସି ଚନ୍ଦନ, ଦିଲ୍ଲୀପ ଓ ତାଙ୍କର ଆଉ ଏକ ସହଯୋଗୀ ଜଣେ ମହିଳାଙ୍କୁ ଏକୁଟିଆ ଦେଖି ତାଙ୍କ ଠାରୁ ଭ୍ୟାନିଟ ବ୍ୟାଗ ଛଡାଇ ନେଇଥିଲେ । ଘଟଣାରେ ଦୁଇ ଜଣ ଗିରଫ ହୋଇଥିବାବେଳେ, ସେମାନଙ୍କ ଅନ୍ୟ ଜଣେ ସହଯୋଗୀ ଫେରାର ରହିଛି ।

ଉଭୟ ପେଶାଗତ ଅପରାଧୀ ବୋଲି ଜଣାପଡିଛି । ପୂର୍ବରୁ ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ୧୮ଟି ମାମଲା ରୁଜୁ ହୋଇଛି । ସେମାନଙ୍କ ନିକଟରୁ ଚୋରି କରିଆଣିଥିବା ଏକ ରେଡମି ନୋଟ 5 ପ୍ରୋ ମୋବାଇଲ ଫୋନ, ଅନ୍ୟ ଏକ ସାମସଙ୍ଗ ମୋବାଇଲ ଫୋନ, ଗୋଟିଏ ହଳଦିଆ ପଲସର ଓ ଗୋଟେ ଭ୍ୟାନିଟ ବ୍ୟାଗ୍ । ଯେଉଁଥିରେ ଅଭିଯୋଗକାରିଣୀ ମହିଳାଙ୍କର ଏଟିଏମ କାର୍ଡ, ଆଧାରକାର୍ଡ, ଭୋଟରଆଇଡି କାର୍ଡ ସହ ଅଫିସ ପରିଚୟପତ୍ର ମାନ ରହିଛି । ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।