Onn 3

କାଦବରାଙ୍ଗରେ ଜୟ ଜଗନ୍ନାଥ ଅର୍ପଣ ରଥ

State

ଆଗରପଡ଼ା:ବନ୍ତ ବ୍ଲକ ସ୍ତରୀୟ ଜୟ ଜଗନ୍ନାଥ ଅର୍ପଣ ରଥର ରବିବାର ଆଗରପଡ଼ା ସ୍ଥିତ ପୁରୁଷଣ୍ଢ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ପ୍ରଫୁଲ୍ଲ ସାମଲ ଶୁଭାରମ୍ଭ କରି ଏହି ରଥ ବନ୍ତ ବ୍ଲକର ୨୫ଗୋଟି ପଂଚାୟତ ଅଂଚଳକୁ ପରିକ୍ରମା କରି ପ୍ରତି ଘରୁ ଅକ୍ଷତ ଗୁଆ ଏବଂ ଚାଉଳ ସଂଗ୍ରହ କରିବ ବୋଲି ସୂଚନା ଦେବା ସହ ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ପରିପ୍ରେକ୍ଷିରେ ମଙ୍ଗଳବାର କାଦବରାଙ୍ଗ ପଂଚାୟତରେ ଜୟ ଜଗନ୍ନାଥ ଅର୍ପଣ ରଥର ଶୁଭାରମ୍ଭ ହୋଇଛି । ପ୍ରଥମେ କାଦବରାଙ୍ଗ ଶିବ ମନ୍ଦିରରେ ରଥ ପହଚିଂବା ପରେ ସ୍ଥାନୀୟ ସରପଂଚ ତପୋଇ ସେଠୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ପରେ ଏହା ୮,୯ ଓ ୧୦ନଂ ୱାର୍ଡ଼ ପରିକ୍ରମା କରିଥିଲା ।

କୀର୍ତ୍ତନ ମଣ୍ଡଳୀର ମୃଦଙ୍ଗ,ଝାଞ୍ଜ ବାଦନ ସହ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା । ଲୋକେ ଭକ୍ତି ଭାବନା ସହ ଗୁଆ ଓ ଚାଲଳ ଦେଉଥିବାର ଦେଖିବାକୁ ମିଳିଥିଲା । ସରପଂଚ ତପୋଇ ସେଠୀଙ୍କ ସମେତ ପୂର୍ବତନ ସରପଂଚ ତଥା ପଂଚାୟତ ବିଜେଡ଼ି ସଭାପତି ଭାଗିରଥୀ ସେଠୀ,ଯୁବ ବିଜେଡ଼ି ସଭାପତି କିଶୋର ରାଉତ, ନାଏବ ସରପଂଚ ଦାମୋଦର ପଣ୍ଡା, ବିଷ୍ଣୁ ଦାସ,ରମେଶ ପହି,ବାସୁଦେବ ଜେନା,ଆଦିତ୍ୟ ଜେନା ଏବଂ ସୁନାରାଣୀ ପଣ୍ଡାଙ୍କ ସମେତ ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ ।