Onn 3

ବଡ ଭାଇର ଜୀବନ ବଞ୍ଚାଇବାକୁ ଯାଇ ସାନ ଭାଇର ଗଲା ଜୀବନ

State

ବାଙ୍କୀ: ଭାଇକୁ ବଞ୍ଚାଇବାକୁ ଯାଇ ଭାଇ ମୃତ। ଅଧାରେ ରହିଗଲା ଭୋଜି ଖିଆ। ମହାନଦୀର ଦେବୀଦ୍ବାର ଘାଟରେ ଘଟିଛି ଏହି ଦୁଃଖଦ ଘଟଣା। ନଦୀରେ ବୁଡି ଯାଉଥିବା ବଡ ଭାଇକୁ ବଞ୍ଚାଇବାକୁ ଯାଇ ଜୀବନ ଦେଲା ସାନ ଭାଇ । ମୃତ ଯୁବକ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଆକାଶ ରାଉତରାୟ ।

ସୂଚନା ଅନୁସାରେ, ଭୁବନେଶ୍ୱରରୁ କିଛି ଯୁବକ ଶନିବାର ଦେବୀଦ୍ୱାରକୁ ବୁଲିବାକୁ ଆସି ଥିଲେ । ଏହି ସମୟରେ ଆକାଶଙ୍କ ବଡ଼ ଭାଇ ନଦୀରେ ଗାଧୋଇବା ପାଇଁ ଯାଇଥିଲେ। ଆଉ ନଦୀରେ ଗାଧୋଇବାବେଳେ ହଠାତ ପାଣିରେ ବୁଡି ଯାଇ ଥିଲେ। ବଡ଼ ଭାଇଙ୍କୁ ଉଦ୍ଧାର କରିବାକୁ ଯାଇ ସାନ ଭାଇ ମଧ୍ୟ ନଦୀକୁ ଡିଆଁ ମାରିଥିଲେ । ସୌଭାଗ୍ୟ ବଶତଃ, ଆକାଶଙ୍କ ବଡ଼ ଭାଇ ନିଜେ ପହଁରିକି କୂଳକୁ ଫେରି ଆସିଥିଲେ । ହେଲେ ତାଙ୍କ ସାନ ଭାଇ କିନ୍ତୁ ଆଉ ଫେରିନଥିଲେ । ନଦୀରେ ବୁଡି ଆକାଶ ନିଖୋଜ ହୋଇ ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜା ଖୋଜି କରିଥିଲେ ସୁଦ୍ଧା ଆକାଶଙ୍କ ପତ୍ତା ମିଳିନଥିଲା।

ଆଜି ସକାଳୁ ଆକାଶଙ୍କ ମୃତଦେହ ନଦୀ ପଠାରୁ ଉଦ୍ଧାର ହୋଇଛି । ଏହି ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପୁଅ ଆକାଶକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର। ଆକାଶଙ୍କ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ଏହାସହ ଘଟଣା ସମ୍ପର୍କରେ ପୋଲିସର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ।