Onn 3

ବନ୍ଧୁକ ମୁନରେ ଗାଡ଼ି ଅଟକାଇ ଲୁଟି ନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ

Crime State

van-750x430

କଟକ:ଦିନ ଦ୍ୱପହରରେ ଲୁଟ । ଟଙ୍କା ଭର୍ତ୍ତି ଭ୍ୟାନକୁ ବନ୍ଧୁକ ମୁନରେ ଅଟକାଇ ଲୁଟିନେଲେ ଦେଢାକୋଟି ଟଙ୍କା ।  ମୁଖାପିନ୍ଧା କିଛି ଦୁର୍ବୃତ୍ତ ଆସି ଏଟିଏମ ଟଙ୍କା ଲୋଡିଂ ହୋଇଥିବା ଭ୍ୟାନକୁ ଲୁଟ କରି ପୋଲିସକୁ ଚାଲେଞ୍ଜ ଦେଇଛନ୍ତି । ଘଟଣା ଘଟିଛି କଟକ ଜିଲ୍ଲା ତିଗିରିଆ ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁସାରେ,  ଶୁକ୍ରବାର ଏହି ଭ୍ୟାନଟି ଏଟିଏମରେ ଟଙ୍କା ଲୋଡ କରିବା ପାଇଁ ଯାଉଥିଲା । ତିଗିରିଆ ଥାନା ଅଧୀନସ୍ଥ ନୂଆ ସଡକ ରୋଡର ଗୋଡି ଝରିଆ ନିକଟରେ ଲୁଟ ହୋଇଥିଲା । ୭ରୁ ୮ ଜଣ ମୁଖା ପିନ୍ଧା ଦୁବୃର୍ତ୍ତ ଏକ ସ୍କର୍ପିଓ ଓ ସ୍କୁଟିରେ ଆସି ବନ୍ଧୁକ ଦେଖାଇ   ଭ୍ୟାନକୁ ଅଟକାଇଥିଲେ ।ତା ପରେ ଟଙ୍କା ଭର୍ତ୍ତି ଟ୍ରକକୁ ଉଠାଇ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ  । ଏଥିରେ ଦେଢ କୋଟି ଟଙ୍କା ଥିବା ଜଣାଯାଇଛି ।

ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।ଘଟଣାର ଛାନଭିନ କରୁଛି । ଭ୍ୟାନ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଦୁବୃର୍ତ୍ତମାନେ ଓଡ଼ିଆରେ କଥା ହେଉଥିଲେ ।