Gold

ରେକର୍ଡ କଲା ସୁନା ଦର, ୧୦ ଗ୍ରାମ ପିଛା ୯୧ ହଜାର

State

ଭୁବନେଶ୍ଵର: ଏବେ ଆଉ ସୁନା କିଣିବାକୁ କୌଣସି ନିର୍ଦ୍ଧିଷ୍ଟ ଦିନ କିମ୍ବା ଋତୁ ଅପେକ୍ଷା କରିବା କାଠିକର ପାଠ ହୋଇଯାଉଛି । ପୂର୍ବରୁ ବିବାହ ଋତୁ, ଧନତେରାସ୍ ପରି ପର୍ବପର୍ବାଣୀ ଆସିଲେ ସୁନା ଦୋକାନରେ ଲାଗେ ଭିଡ । ଏବେ କିନ୍ତୁ ସୁନା ଦର ଦେଖି ଗ୍ରାହକ ସୁନା କିଣୁଛନ୍ତି । ଯେତେବେଳେ ମାର୍କେଟରେ ସୁନା ଦର ସାମାନ୍ୟ କମୁଛି ସଙ୍ଗେ ସଙ୍ଗେ ସୁନା ଦୋକାନରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳୁଛି । ସେପଟେ କିନ୍ତୁ ସୁନା ବଜାର ବି ଚାଲାଖ୍ ପଡିଯାଉଛି । କମିବ କଣ ଦିନ କୁ ଦିନ ଆକାଶ ଛୁଆଁ ହେଉଛି ସୁନା ଦର । ଏହାରିଭିତରେ ରେକର୍ଡ ଭାଙ୍ଗିଛି ସୁନା ଦର । ୯୧ ହଜାର ଛୁଇଁଲାଣି ସୁନା ।

ନାସିକ ଏବଂ ଜଳଗାଓଁରେ ଦର ୧୦ ଗ୍ରାମ ପିଛା ବର୍ତ୍ତମାନ ୯୧ ହଜାର ଟଙ୍କା ଛୁଇଁ ସାରିଲାଣି । ବିଶେଷ କରି ଜଳଗାଁଓ ମହାରାଷ୍ଟ୍ର, ଗୁଜରାଟର ସୁନା ଗ୍ରାହକ ମାନଙ୍କୁ ଅଧିକ ଆକୃଷ୍ଟ କରିଥାଏ । କାରଣ ଏଠାକାର ସୁନାର ଶୁଦ୍ଧତା ସବୁ ଜାଗାରେ ମିଳେ ନାହିଁ। ତେଣୁ ଏଠାକାର ସୁନାର ଚାହିଦା ଅଧିକ । ତେବେ ଆଜି ଜଳଗାଓଁରେ ୨୪ କ୍ୟାରେଟ୍‌ ୧୦ ଗ୍ରାମ ସୁନାର ବଜାର ମୂଲ୍ୟ ଟିକସ ସମେତ ୯୧,୦୫୨ ଟଙ୍କା ରହିଛି । ସେହିପରି ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୯ ,୮୧୦ ଟଙ୍କା‌ ଥିବା ବେଳେ ୨୨ କ୍ୟା‌ରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା ୮୪,୦୮୦ ଟଙ୍କା ଅଛି । ସେହିପରି ୧୮ କ୍ୟାରେଟ୍‌  ସୁନା ଦର ୧୦ ଗ୍ରାମ୍‌ ପିଛା ୬୯,୭୮୦ ଟଙ୍କା ହୋଇଥିବା ବେଳେ ୧୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌ ପିଛା  ୫୫,୫୬୦ ଟଙ୍କା ହୋଇଛି ।