ଭୁବନେଶ୍ୱର: ଭଡା ଘରେ ଛପା ଯାଉଥିଲା ଜାଲ ନୋଟ୍ । ଧରିଲା ଏସଟିଏଫ୍ । ସୁବର୍ଣ୍ଣପୁରରୁ ଜବତ ହୋଇଛି ୪୧ ଲକ୍ଷ ଟଙ୍କାର ଜାଲ୍ ନୋଟ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅଞ୍ଚଳରେ ଏସଟିଏଫ୍ ଚଢାଉ କରି ୪୧ ଲକ୍ଷ ୧୬ ହଜାର ଟଙ୍କା ୫୦୦ ଟଙ୍କିଆ ଜାଲ ନୋଟ୍ ଜବତ କରିଛି । ଘଟଣାରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁ ଦୀପକ ମେହର ଓ ସେ ସୋନପୁର ବାସିନ୍ଦା ବୋଲି ଜଣାପଡିଛି । ଗିରଫ ପରେ ଅଭିଯୁକ୍ତକୁ ବିରମହାରାଜପୁର ଏସଡିଜେଏମ କୋର୍ଟରେ ହାଜର କରାଯାଇଛି । ଏଥିସହିତ ଜାଲ୍ ନୋଟ ଛପା ଯାଉଥିବା କଲର ପ୍ରିଣ୍ଟର, କଲର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି ।
