Onn 3

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତା ଦ୍ୱିତୀୟ ଦିବସ ପରିକ୍ରମା

sports State

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଚାଲିଥିବା ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ କବାଡ଼ି ପ୍ରତିଯୋଗିତାର ଦ୍ୱିତୀୟ ଦିବସରେ ପ୍ରତିଯୋଗିତା ଗୁଡ଼ିକରେ ଖବର ହସ୍ତଗତ ହେବା ପର୍ଯ୍ୟନ୍ତ ଗୃପ୍‌ ଏ ରେ କଲିକତା ବିଶ୍ୱବିଦ୍ୟାଳୟ ୫୮-୧୬ରେ ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ, ଶହୀଦ ମହେନ୍ଦ୍ର କର୍ମା ବିଶ୍ୱବିଦ୍ୟାଳୟ ୩୯-୨୪ରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ, ଅଟଳ ବିହାରୀ ବିଶ୍ୱବିଦ୍ୟାଳୟ ୪୮-୧୬ରେ ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟକୁ, ଉତ୍କଳ ବିଶ୍ୱବିଦ୍ୟାଳୟ ୫୧-୩୧ରେ ଶହୀଦ ନନ୍ଦକୁମାର ପଟେଲ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ଗୃପ୍‌ ବି ରେ ବୀର କନ୍ୱର ବିଶ୍ୱବିଦ୍ୟାଳୟ ୫୪-୩୩ ଯାଦବପୁର ବିଶ୍ୱବିଦ୍ୟାଳୟକୁ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ୪୦-୨୬ରେ ସନ୍ତ ଗହିରା ଗୁରୁ ବିଶ୍ୱବିଦ୍ୟାଳୟ ସରଗୁଜାକୁ, ବିନୋଦ ବିହାରୀ ମାହ୍‌ତ କୋୟଲାଞ୍ଚଳ ବିଶ୍ୱବିଦ୍ୟାଳୟ ଧାନବାଦ ୪୩-୨୫ରେ ଆଲିଆ ବିଶ୍ୱବିଦ୍ୟାଳୟ କଲିକତାକୁ, ନ୍ୟାସନାଲ୍‌ ସ୍ପୋର୍ଟସ୍‌ ବିଶ୍ୱବିଦ୍ୟାଳୟ ମଣିପୁର ୪୯-୨୮ରେ ରାଧା ଗୋବିନ୍ଦ ବିଶ୍ୱବିଦ୍ୟାଳୟ ରାମଗଡ଼କୁ ପରାସ୍ତ କରିଥିଲା ।

ଗୃପ୍‌ ସି ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ୫୪-୩୩ରେ ରାଞ୍ଚି ବିଶ୍ୱବିଦ୍ୟାଳୟକୁ, ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ ୪୦-୨୧ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀ ୪୧-୨୩ରେ ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ୱବିଦ୍ୟାଳୟ ଛତିଶଗଡ଼କୁ, ବିନୋବା ଭାବେ ବିଶ୍ୱବିଦ୍ୟାଳୟ ୩୭-୨୩ରେ କିଟ୍‌ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ଗୃପ୍‌ ଡିରେ ଏଲ୍‌.ଏନ୍‌.ମିଥିଳା ବିଶ୍ୱବିଦ୍ୟାଳୟ ଦରଭଙ୍ଗା ୨୯-୨୭ରେ ଏମ୍‌.ଜି. କାଶୀ ବିଦ୍ୟାପୀଠକୁ, ମହାରାଜା ସୁହେଲ ଦେବ ରାଜ୍ୟ ବିଶ୍ୱବିଦ୍ୟାଳୟ ଆଜମଗଡ଼ ୨୮-୨୧ରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟକୁ, ହେମଚାନ୍ଦ ଯାଦବ ବିଶ୍ୱବିଦ୍ୟାଳୟ ଦୁର୍ଗ୍‌ ୨୭-୭ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ, ସିଦୋ କାହ୍ନୁ ମୁର୍ମୁ ବିଶ୍ୱବିଦ୍ୟାଳୟ ୪୦-୨୧ରେ ପାଟଣା ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା । ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।