Onn 3

ସରପଡ଼ା ପଞ୍ଚାୟତରେ ଜନରାଜ୍ୟ ଦିବସ ପାଳିତ

State

ନିଶ୍ଚିନ୍ତକୋଇଲି : ସରପଡ଼ା ପଞ୍ଚାୟତରେ ୭୫ତମ ସ୍ୱାଧୀନତା ଦିବସ ଅବସରରେ ସରପଞ୍ଚ ବିବେକାନନ୍ଦ ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତୋଳନ କରି ଗୋପିନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । ପଞ୍ଚାୟତ ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ବେଳେ ଏକ ସାଧାରଣ ସଭାରେ ପଞ୍ଚାୟତର ବହୁ ବରିଷ୍ଠ ବ୍ୟକ୍ତି ,ସମିତିସଭ୍ୟା ସସ୍ମିତା ସ୍ୱାଇଁ, ନାଏବ ସରପଞ୍ଚ ମମତାମୟୀ ମିଶ୍ର, ଜିଆରଏନସ ଗାୟତ୍ରୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।