Onn 3

ବର୍ଷାରେ ଧାନ ଫସଲ ଉଜୁଡ଼ିଗଲା, ଧାନ ପାଣିରେ ପଡ଼ି ରହିଛି, ଫସଲ ରକ୍ଷା ଲାଗି ଚାଷୀଙ୍କ ଉଦ୍ୟମ

State

ଆଗରପଡ଼ା:ବାତ୍ୟା ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ଧାନ ଫସଲ ଉଜୁଡ଼ିଯିବାକୁ ବସିଛି । ବିଲରେ ପାଚିଲା ଓ ଅଧାପାଚିଲା ଧାନ ଉପରେ ବର୍ଷା ମାଡ଼ ହେବାରୁ ଚାଷୀଙ୍କ ସରସ ଭାବ ମଉଳି ଯାଇଛି । ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ବାତ୍ୟାର ପ୍ରଭାବରେ ବର୍ଷା ହୋଇଥିଲା । ପାଚିଲା,ଅଧାପାଚିଲା ଧାନଗଛ ଗୁଡ଼ିକ ଶୋଇଯିବା ପରେ ବର୍ଷା ପାଣିରେ ବୁଡ଼ି ରହିବା ଫଳରେ ଧାନ ସମ୍ପୁର୍ଣ୍ଣ ନଷ୍ଟ ହେବାର ସମ୍ଭାବନା ରହିଛି । ଆଉ କେଇଟା ଦିନ ପରେ ଧାନ ଅମଳ କରି ଚାଷୀ ଖଳାକୁ ଆଣିବାକୁ ଥିବାବେଳେ ଏଭଳି ଦୁର୍ବିପାକ ଚାଷୀଙ୍କୁ ହତାଶ କରିଦେଇଛି । ଧାନ ନଷ୍ଟ ହେବା ଦେଖି ଚାଷୀମାନେ ଋଣ ଚିନ୍ତାରେ ଭାଙ୍ଗି ପଡ଼ିଲେଣି । ଚାଷୀମାନେ ସାଧାରଣତଃ ବ୍ୟାଙ୍କ କିମ୍ବା ଅନ୍ୟ କାହା ଠାରୁ ଧାରକରଜ କରି ଚାଷକାମ କରିଥାନ୍ତି । ଧାନ ଅମଳପରେ ଏହାକୁ ବିକ୍ରି କରି ଋଣ ପରିଶୋଧ କରିଥାନ୍ତି ।

ଏହି ତହସିଲ ଅଧିନରେ ଥିବା ୨୦୬ ରାଜସ୍ୱ ଗ୍ରାମର ମୋଟ ୧୮ ହଜାର ୮୬୫ ହେକ୍ଟର ଜମି ରହିଛି । ସେଥିମଧ୍ୟରୁ ପ୍ରାୟ ୧୭ ହଜାର ୬୨ ହେକ୍ଟର ଜମିରେ ଚାଷ ହୋଇଥିବାର ଥିବାର ଜଣାପଡ଼ିଛି । ବର୍ତ୍ତମାନ ବାତ୍ୟା ପ୍ରଭାବରେ ବର୍ଷା ହୋଇଥିବାରୁ ଧାନଗଛ ବିଲରେ ପଡ଼ି ଯାଇଛି । ଉଜୁଡ଼ିଯାଇଥିବା ଧାନ ଫସଲକୁ ଚାଷୀମାନେ କିଭଳି ରକ୍ଷା କରିବେ ସେ ଦିଗରେ ଶେଷ ଉଦ୍ୟମ ଜାରି ରଖିଥିବା ଦେଖାଯାଉଛି । ଶୋଇପଡ଼ିଥିବା ଧାନଗଛକୁ ଗୋଛା କରି ବାନ୍ଧି ପାଣି ଦାଉରୁ ରକ୍ଷା କରିବା ପାଇଁ ଚାଷୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଥିବା ପରିଲକ୍ଷିତ ହେଉଛି । ରଖିଥିବାର ପରିଲକ୍ଷିତ ହୋଇଛି ।