Onn 3

ଦିଲ୍ଲୀ ସ୍ଥିତ ନୂଆ ଝାଟିମାଟି ବାଉଁଶ ବାସଭବନରେ ଗୃହପ୍ରବେଶ କଲେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ

National & International State

 

pratap3

ନୂଆଦିଲ୍ଲୀ : ଦିଲ୍ଲୀ ବାସଭବନର ଗୃହପ୍ରବେଶ କଲେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ସେ C 1/4, Humayun Road, Near Khan Market Metro Station, Gate no. 1, New Delhi – 110003 ସ୍ଥିତ ଝାଟିମାଟି ବାଉଁଶରେ ଏକ ନିଆରା ବାସଭବନ ତିଆରି କରିଛନ୍ତି। ବୈଦିକ ମନ୍ତ୍ରରେ ହୋମଯଜ୍ଞ ପୂଜାର୍ଚ୍ଚନା ପରେ ଆଗତ ଅତିଥିମାନଙ୍କ ସହିତ ଗୃହ ପ୍ରବେଶ କରିଥିଲେ ପ୍ରତାପ ଷଡ଼ଙ୍ଗୀ।

ଓଡ଼ିଶାର ସମସ୍ତ ବିଧାୟକ ଓ ସାଂସଦଙ୍କ ସମେତ ମନ୍ତ୍ରୀ ମଣ୍ଡଳର ଅନେକ ମନ୍ତ୍ରୀ ସାଂସଦଙ୍କ ନୂତନ ଗୃହରେ ପଦାର୍ପଣ କରି ଶୁଭେଚ୍ଛା ଜଣାଇଥିଲେ। ଦିଲ୍ଲୀ ଭଳି ଚାକଚକ୍ଯ ଭରା ଆଧୁନିକ ସଦରରେ ଏଭଳି ଏକ ପ୍ରାକୃତିକ ପରିବେଶ ଅନୁକୂଳ ଘରକୁ ସମସ୍ତେ ବେଶ୍ ପସନ୍ଦ କରିଛନ୍ତି। ଏହି ଅବସରରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନରେ ଆପାୟିତ କରିବା ସହିତ ନିମନ୍ତ୍ରଣ ରକ୍ଷାକରି ଉପସ୍ଥିତ ହୋଇଥିବାରୁ କୃତଜ୍ଞତା ଜଣାଇଥିଲେ।