Onn 3

୫ ଡିଗ୍ରୀ କୁ ଖସିଲା ପାରଦ, ଜାଡରେ ଥରହର ରାଜ୍ୟବାସୀ

State

 

winter-750x430

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଜାଡ । ୫ ଡିଗ୍ରୀ କୁ ଖସିଛି ପାରଦ । ଶୀତରେ ଥରହର ସମଗ୍ର ରାଜ୍ୟବାସୀ । ଗତକାଲି ରାତିରେ ରାଜ୍ୟର ୧୩ ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଥିବାବେଳେ, ଜି. ଉଦୟଗିରି ସବୁଠୁ ଥଣ୍ଡା ସହର ପାଲଟିଛି ।

ଗାଡି ମଟର ଚଲାଚଳ କରିବାରେ ବାଧା ସୃଷ୍ଟି କରୁଛି ଫଳରେ ନିୟନ୍ତ୍ରଣ ହରାଇ ଅନେକ ସମୟରେ ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଘଟୁଥିବା ଖବର ସାମ୍ନାକୁ ଆସୁଛି । ସେହିପରି ସ୍ଥାନେ ସ୍ଥାନେ ନିଆଁ ଜାଳି ଶୀତରୁ ଉପଶମ ପାଉଛନ୍ତି ଲୋକେ । ଆଉ ସକାଳୁ ସକାଳୁ ଚା’ ଦୋକାନରେ ଲାଗୁଛି ଲୋକଙ୍କ ଭିଡ । ଅନେକ ପାର୍କ ଓ ରାସ୍ତା କଡରେ ଲୋକମାନେ ମର୍ଣ୍ଣିଂ ଓ୍ବାକ୍ କରୁଥିବା ନଜର ଆସୁଛନ୍ତି । ଆଉ ଜିମ୍ ରେ ମଧ୍ୟ ଅନେକ ସଂଖ୍ୟକ ଭିଡ ପରିଲିକ୍ଷିତ ହେଉଛି । କାରଣ ଶୀତ ରେ ନିଜକୁ ଫିଟ୍ ରଖିବା ନିହାତି ଆବଶ୍ୟକ ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଜି. ଉଦୟଗିରି ପରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ, ସୁନ୍ଦରଗଡ଼ ଜିଲ୍ଲା କିରେଇରେ ୭.୫, ଅନୁଗୁଳ ଓ କୋରାପୁଟ ଜିଲ୍ଲାରେ ୮ ଡିଗ୍ରି, ସେମିଳିଗୁଡ଼ାରେ ୮.୪, ଦାରିଙ୍ଗବାଡ଼ିରେ ୮.୫, କେନ୍ଦୁଝର ଓ ରାଉରକେଲାରେ ୮.୬ ଡିଗ୍ରି, ସୁନ୍ଦରଗଡ଼ରେ ୮.୮, ଭବାନୀପାଟଣାରେ ୮.୯, ରାଣୀତାଲ ଓ ଝାରସୁଗୁଡ଼ାରେ ୯ ଡିଗ୍ରି, ସୋନପୁରରେ ୧୦ ଡିଗ୍ରି ରହିଛି। ତେବେ କଟକ ଓ ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ କରାଯାଇଛି ।