Onn 3

ଜାତୀୟ ରାଜପଥ ୪୯ ନମ୍ବର ଦୁଆରଶୁଣି ଘାଟିରେ ଦମ୍ପତିଙ୍କ ମୁଣ୍ଡ ଗଡିଲା

State
ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବାଙ୍ଗିରିପୋଷିର ଦୁଆରଶୁଣି  ଘାଟି ୪୯ ନମ୍ବର ଜାତୀୟ  ରାଜପଥ ପାଲଟିଛି ମରଣଯନ୍ତା  । ଦୁଆର ଶୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣାରେ ବାଇକ ଓ ଟ୍ରକ  ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ବାଇକ ଆରୋହୀ ଦମ୍ପତ୍ତିଙ୍କ ମୁଣ୍ଡ ଗଡିଲା ।  ଏକ ମୋଟରସାଇକେଲ ଯୋଗେ ଯାଉଥିବା ବିଶୋଇ ବ୍ଲକ ଅଞ୍ଚଳର ଦେଉଳ ସାହି ଗ୍ରାମର ରବି  ନାରାୟଣ  ଦାସ(୪୮) ଓ ପତ୍ନୀ  ରେବତୀ ଦାଶ(୪୦) ବାଇକରେ ବିଶୋଇ ପଟୁ ଯାଉଥିବାବେଳେ  ଝାରପୋଖରିଆ ଆଡୁ ସାମ୍ନାପଟୁ କୌଣସି ନା କୌଣସି  କାରଣରୁ ମୁହାଁ ହେବାଫଳରେ ବାଇକ ଆରୋହୀ ରାସ୍ତା ଉପରେ ରକ୍ତ ଜଉଡଉବଉଡଉ ଅବସ୍ଥାରେ ଛିଟିକି ପଡ଼ିଥିଲେ । ଡ଼୍ରାଇଭର  ଭୟରେ ଟ୍ରକଟିକୁ ଛାଡି ଫେରାର ହୋଇଯାଇଥିଲା ।
ଦୁର୍ଘଟଣା ଖବର ପାଇ ବାଙ୍ଗିରିପୋଷି  ପୋଲିସ ଘଟଣାସ୍ଥଳରେ  ପହଞ୍ଚି  ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବାଙ୍ଗିରିପୋଷି ଡ଼ାକ୍ତରଖାନାକୁ ନେଇଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ଉଭୟ ଦମ୍ପିଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ରବି ନାରାୟଣ ଦାଶ ଓ ତାଙ୍କ ପତ୍ନୀ ଉଭୟ ଧାର୍ମିକ, ସମାଜସେବୀ ଓ ପରୋପକାରୀ ଥିଲେ । ତାଙ୍କ ଅଭାବନୀୟ ଦୁଃଖଦ ମୃତ୍ୟୁ ଖବର ପାଇ ବିଶୋଇ ଅଂଚଳରେ ଶୋକରେ ଛାୟା ଖେଳିଯାଇଛି ।