Img 20250330 Wa0177

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳନ

State

ବାରିପଦା: ବାରିପଦାର ଶହିଦ ସ୍ମୃତି ଭବନ ଠାରେ “ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫” ମାର୍ଚ୍ଚ ମାସର ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ ଅତିରିକ୍ତ ଜିଲ୍ଲାପାଳମୟୂରଭଞ୍ଜ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧ୍ୟକ୍ଷ୍ୟତା କରିଥିଲେ। ଉକ୍ତ ସଭାରେକୃଷ୍ଣଚନ୍ଦ୍ର ଦାସ, ଯୁଗ୍ମ ନିବନ୍ଧକ ସମବାୟ ସମିତି ସମୂହ, ମୟୂରଭଞ୍ଜ ଖଣ୍ଡ , ବାରିପଦା ସଭା ପରିଚାଳନା କରିଥିଲେ ଓ ଏହି ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ଡିସେମ୍ବର ମାସ ପର୍ଯ୍ୟନ୍ତ ଚାଲୁ ରହିବା ସଙ୍ଗେ ସଙ୍ଗେ ଲ୍ୟାମ୍ପ୍ସ ସ୍ତରରେ ଏହାକୁ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ । ଏହିବୈଠକରେକୃଷି ବିଭାଗର ଅଧିକାରୀ, ପ୍ରାଣୀ ଚିକିତ୍ସା ଅଧିକାରୀ ମୟୂରଭଞ୍ଜ, ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ, ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ର ସମ୍ପାଦକ, ଜିଲ୍ଲା ଉନୟନ ମ୍ୟାନେଜର ନାବାର୍ଡ ମୟୂରଭଞ୍ଜ,ସହକାରୀ କୃଷି ଯନ୍ତ୍ରୀ ମୟୂରଭଞ୍ଜ, ବରିଷ୍ଠ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ବାରିପଦା, କପ୍ତିପଦା, ରାଇରଙ୍ଗପୁର ଏବଂ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ କରଞ୍ଜିଆ ଓ ବାରିପଦା ଉପସ୍ଥିତଥିଲେ Iଜିଲ୍ଲାର ବିଭିନ୍ନ ଲ୍ୟାମ୍ପ୍ସ,ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ତଥା ଅନ୍ୟ ସମବାୟ  ସମିତିର କର୍ମଚାରୀ, ପରିଚାଳନା ପରିଷଦ ର ସଦସ୍ୟ ଏବଂ ଚାଷୀ ସଭ୍ୟ,ବିଭାଗୀୟ ଅଧିକାରୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସମେତ ମୋଟ ୨୮୨ ଜଣ ଯୋଗଦେଇଥିଲେ।

କୃଷ୍ଣଚନ୍ଦ୍ର ଦାସ, ଯୁଗ୍ମ ନିବନ୍ଧକ ସମବାୟ ସମିତି ସମୂହ, ମୟୂରଭଞ୍ଜ ଖଣ୍ଡ , ବାରିପଦା ପ୍ରାରମ୍ଭିକ ସୂଚନା ପ୍ରଦାନ ସହିତ ଉକ୍ତ ସଭାର ଆଭିମୁଖ୍ୟ ବିଷୟରେ ଅବଗତ କରାଇବା ସହିତ ସମବାୟ ଆନ୍ଦୋଳନ, ସମବାୟ ମାଧ୍ୟମରେ ନାରୀ ସଶକ୍ତିକରଣ, ଏହାର ଭୂମିକା, ଚାଷୀ ମାନଙ୍କ ପ୍ରତି ସମବାୟ ଅନୁଷ୍ଠାନର ଆବଶ୍ୟକତା, ସରକାରଙ୍କ ଦ୍ଵାରା ଚାଷୀଙ୍କ ପାଇଁ ପ୍ରଣିତ ବିଭିନ୍ନ ଯୋଜନା ଓ ଏହାର ସଫଳ ପ୍ରଣୟନ ଉପରେ ଗୁରୁତ୍ଵାରୋପ କରିଥିଲେ। ଉପସ୍ଥିତ ଅତିଥି ମାନେ ସେମାନଙ୍କ ବିଭାଗର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ, ସମବାୟ ଆନ୍ଦୋଳନର ପ୍ରାକ ଇତିହାସ ଓ ଏହାର ଭବିଷ୍ୟତ ଏବଂ ଆବଶ୍ୟକତା ଉପରେ ଗୁରୁତ୍ଵାରୋପ କରିଥିଲେ।

ଉକ୍ତ ଉତ୍ସବରେ ଆଶିଷ କୁମାର ପରିଡାଙ୍କ ସପକ୍ଷରେ ଦୁଇ ଲକ୍ଷ ଟଙ୍କାର ଧାନ, ଚାଉଳ ବ୍ୟବସାୟ ଋଣ, ଅନୁମୋଦିତ ପତ୍ର ବଡସାହି ଶାଖାର ପରିଚାଳକଙ୍କୁ ପ୍ରଦାନ କରାଯାଇଥିଲା।,ସାତକୋଶିଆ ଲ୍ୟାମ୍ପ୍ସର ସଭ୍ୟ ଗୋବିନ୍ଦ ମହାରଣାଙ୍କୁ ଛେଳି ଚାଷ ନିମନ୍ତେ ଏକଲକ୍ଷ ଟଙ୍କାର ଋଣ ପାଇଁ ଚେକ ପ୍ରଦାନ କରଯାଇଥିଲା।  ସେହିପରି ମହୁଲଡ଼ିହା ଲ୍ୟାମ୍ପ୍ସର ସଭ୍ୟ ଶ୍ରୀଯୁକ୍ତ ରଥ ମାହାଳିଙ୍କୁ ଘୁଷୁରି ଚାଷ ପାଇଁ ଏକଲକ୍ଷ ଟଙ୍କାର ଋଣ ପାଇଁ ଚେକ ପ୍ରଦାନ କରଯାଇଥିଲା। ମଧ୍ୟମ କାଳୀନ ଋଣ ପାଇଁ ସର୍ବଶ୍ରେଷ୍ଠ ଶାଖା ହିସାବରେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ଖୁଣ୍ଟା ଶାଖାକୁ,ସର୍ବଶ୍ରେଷ୍ଠ ସ୍ଵୟଂ ସହାୟକ ଗୋଷ୍ଠୀ ହିସାବରେ ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କର ମହିଳା ଶାଖାର ନାରୀ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ, ବଳିଆ ଯୋଜନାର ସର୍ବଶ୍ରେଷ୍ଠ ଋଣୀ ହିସାବରେ ଖୁଣ୍ଟା ଶାଖାର ପ୍ରତିମା ପାତ୍ରଙ୍କୁ ପ୍ରମାଣପତ୍ର ପ୍ରଦାନ କରଯାଇଥିଲା। କରଞ୍ଜିଆ ନିୟନ୍ତ୍ରିତ  ବଜାର କମିଟି ରା ସମ୍ପାଦକ ଶ୍ରୀଯୁକ୍ତ ଜୟଦରଥ ମହାନ୍ତଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରଯାଇଥିଲା। ଠାକୁରମୁଣ୍ଡା  ଲ୍ୟାମ୍ପ୍ସର ପରିଚାଳନା ନିର୍ଦେଶିକା ଲୋକମାନଙ୍କ ସହିତ ସୁସମ୍ପର୍କ ରଖି ତାଙ୍କ ନିକଟକୁ ଯାଇ ଲ୍ୟାମ୍ପ୍ସର ବ୍ୟବସାୟ ବୃଦ୍ଧି ଉପରେ ଗୁରୁତ୍ଵାରୋପ କରିଥିଲେ।

ଶେଷରେଶ୍ରୀଯୁକ୍ତ ବସନ୍ତ କୁମାର ନାୟକ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ, କରଞ୍ଜିଆ ମଣ୍ଡଳ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।