Onn 3

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ୨୦୨୩ ମସିହା  ଅକଟୋବର ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିରର କାର୍ଯ୍ୟସୂଚୀ

State
ବାରିପଦା (୨୯/୦୯) :   ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ତତ୍ତ୍ଵlଵଧାନରେ ଚଳିତ  2023 ମସିହା ଅକଟୋବର ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଅକଟୋବର ମାସର ପ୍ରଥମ ସୋମବାର ତା 02-10-2023 ରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ପାଇଁ ସରକାରୀ ଛୁଟି ରହୁ ଥିବାରୁ ତା ପର ଦିନ ମଙ୍ଗଳବାର ତା 03-10-2023 ରିଖ  ଏବଂ ଅକଟୋବର ମାସ ପଞ୍ଚମ ସୋମବାର ତା 30-10-2023 ରିଖ ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ (ଫେସିଲିଟେସନ ସେଣ୍ଟର),  ଅକଟୋବର ମାସ ଦ୍ୱିତୀୟ ସୋମବାର ତା 09-10-2023 ରିଖ ବାମନଘାଟି ଉପଖଣ୍ଡ ପାଇଁ ବାମନଘାଟି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ, ରାଇରଙ୍ଗପୁର ଠାରେ ଅକଟୋବର ମାସ ତୃତୀୟ ସୋମବାର  ତା 16-10-2023 ରିଖ  ପାଞ୍ଚପିଢ଼ ଉପଖଣ୍ଡ ପାଇଁ କରଞ୍ଜିଆ ଉପଜିଲ୍ଲାପାଳ ଙ୍କକାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏବଂ ଅକଟୋବର ମାସର  ଚତୁର୍ଥ ସୋମବାର ତା 23-10-2023 ରିଖ  କପ୍ତିପଦା ଉପଖଣ୍ଡ ପାଇଁ କପ୍ତିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ,ଉଦଳା ଠାରେ ଏବଂ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ |
ବାରିପଦା ଠାରେ ଅନୁଷ୍ଠିତ ହେବାକୁ ଥିବା  ଜନ ଅଭିଯୋଗ ଶୁଣାଣି ଶିବିର ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଜିଲ୍ଲା ସ୍ତରୀୟ ଲାଇନ ବିଭାଗ ଅଧିକାରୀ ଏବଂ ବାରିପଦା ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମାନେ ଉପସ୍ଥିତିରେ  ଏବଂ ଜିଲ୍ଲାର ଅନ୍ୟ ଉପଖଣ୍ଡ ମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି ଶିବିର ରେ ସମ୍ପୃକ୍ତ ଉପଖଣ୍ଡ ର ଉପଖଣ୍ଡ ସ୍ତରୀୟ ଅଧିକାରୀ ଙ୍କ ସମେତ ସମ୍ପୃକ୍ତ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଲାଇନ ବିଭାଗ ଅଧିକାରୀ ମାନଙ୍କ ଉପସ୍ଥିତି ରେ ସାଧାରଣ ଜନତା ଙ୍କ ଆପତ୍ତି ଅଭିଯୋଗ ପତ୍ର ଗୁଡିକର ଶୁଣାଣି  କରି ସମାଧାନ ନିମନ୍ତେ ଆବଶ୍ୟକୀୟ  ପଦକ୍ଷେପ ନିଆଯିବ | ଉକ୍ତ ଧାର୍ଯ୍ୟ ତାରିଖ ଓ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ଉପଖଣ୍ଡ ଅଂଚଳ ର ଜନସାଧାରଣ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା  ସମ୍ପର୍କିତ ଅଭିଯୋଗ ଉପସ୍ଥିତ ରହି ଜଣାଇ ପାରିବେ |