Onn 3

ବାରିପଦା ଠାରେ କେୟାର  ହସ୍ପିଟାଲ ପକ୍ଷରୁ ବିଶ୍ୱ ହୃଦୟ ଦିବସ ପାଳିତ

State
ବାରିପଦା :  ଆଜି ଭୁବନେଶ୍ୱର ସ୍ଥିତ କେୟାର ହସ୍ପିଟାଲ ତରଫରୁ ବାରିପଦା ଠାରେ  ବିଶ୍ୱ ହୃଦୟ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ କେୟାର ହସ୍ପିଟାଲ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ମିଳିତ ସହଯୋଗ ରେ ଲୋକ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ହୃଦରୋଗ ର କାରଣ, ଲକ୍ଷଣ ଓ ଏହାର ପ୍ରତିକାର ସମ୍ପର୍କ ରେ ଜନ ସଚେତନତା ସୃଷ୍ଟି କରିବା ଉଦେଶ୍ୟ ରେ ବିଭିନ୍ନ ବର୍ଗ ର ଲୋକଙ୍କୁ ସାମିଲ କରାଯାଇ ଏକ ୱାକାଥନ ଆୟୋଜନ କରାଯାଇଥିଲା | ମୟୁରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ସମେତ କେୟାର ହସ୍ପିଟାଲର  ଏଭିପି ଡାକ୍ତର ଲୋକନାଥ ଦାଶ, ସିନିୟର ଏକଜିକ୍ୟୁଟିଭ ଶ୍ରୀ ତାପସ କୁମାର ଦାସ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଆଞ୍ଚଳିକ ପରିଚାଳକ ଶ୍ରୀ ଦେବ ପ୍ରସାଦ କହୋର ସକାଳ  ସାତ ଘଟିକା ସମୟରେ ବାରିପଦା ଷ୍ଟାଡିୟମ ପଡିଆ ଠାରେ ପତାକା ଦେଖାଇ ଉକ୍ତ ୱାକାଥନ କୁ ଶୁଭାରମ୍ଭ କରିଥିଲେ | ଏଥିରେ ବିଭିନ୍ନ ବର୍ଗ ର ଶତାଧିକ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିଥିଲେ | ଆମ ହୃଦୟ କିପରି ସୁସ୍ଥ ଓ ନିରୋଗ ରହିବ ସେ ସମ୍ପର୍କ ରେ ବିଭିନ୍ନ ପରାମର୍ଶ ସମ୍ବିଳିତ ପ୍ଲାକାର୍ଡ ଧରି ୱାକଥନ ରେ ଭାଗ ନେଇଥିଲେ | ଆମ ହୃଦୟ କୁ ସୁସ୍ଥ ରଖିବାକୁ ହେଲେ ଆମକୁ ଡାଇବେଟିସ, ରକ୍ତଚାପ, କଲେଷ୍ଟ୍ରୋଲ ଭଳି ରୋଗ କୁ ନିୟନ୍ତ୍ରଣ ରଖିବା ଉପରେ  ଗୁରୁତ୍ୱ ଦିଆଯାଇଥିବା ବେଳେ ଖାଦ୍ୟପେୟ ଓ ଜୀବନ ଶୈଳୀ ଓ ନିୟମିତ ବ୍ୟବଧାନ ରେ ହାର୍ଟ ଚେକପ ପାଇଁ ପରାମର୍ଶ ଦିଆଯିବା ସହ ବିଭିନ୍ନ ପ୍ରକାର ହୃଦ ରୋଗ ପାଇଁ କେୟାର ହସ୍ପିଟାଲ ରେ ଉପଲବ୍ଧ ହେଉଥିବା ଚିକିତ୍ସା ସୁବିଧା ସମ୍ପର୍କ ରେ ଅବଗତ କରାଯାଇଥିଲା ଏଭିପି ଡାକ୍ତର ଲୋକନାଥ ଦାଶ ସୁସ୍ଥ ଶରୀର ପାଇଁ ସୁସ୍ଥ ହୃଦୟ ଅବଶ୍ୟକ ବୋଲି ବାର୍ତା ଦେଇଥିଲେ | ଲୋକମାନେ ସଚେତନ ହେଲେ ହୃଦ ରୋଗ ରୁ ଦୁରେଇ ରହି ପାରିବେ ବୋଲି  ସେ ପ୍ରକାଶ କରିଥିଲେ. ଜିଲ୍ଲା ପ୍ରଶାସନର ସହଯୋଗ ରେ ଉକ୍ତ ୱାକଥନ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା |