Onn 3

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସାଂଗଠନିକ କର୍ମଶାଳା ଅନୁଷ୍ଠିତ

State
ବାରିପଦା : ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମୟୁରଭଞ୍ଜ ଜିଲ୍ଲାସ୍ତରୀୟ କର୍ମଶାଳା ସାରସକଣା ହାଟ ପଡ଼ିଆ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାକୁ ସିପିଆଇ ରାଜ୍ୟ ସମ୍ପାଦକ କମ୍ରେଡ୍ ଅଭୟ ସାହୁ ଉଦଘାଟନ କରି ଦେଶରେ ବିଜେପି, ଏନଡିଏ ସରକାର ୨୦୧୪ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ଯଥା ଦେଶର ଚୋର ଓ ଲୁଣ୍ଠନକାରୀ ବିଦେଶରେ ମହଜୁଦ କରି ରଖିଥିବା କଳାଧନ ଉଦ୍ଧାର କରି ଆଣି ଭାରତର ପ୍ରତ୍ୟେକଙ୍କ ଜମା ଖାତାକୁ ୧୫/୨୦ଲକ୍ଷ ଟଙ୍କା ଦେଇ ଦିଆଯିବ, ଵର୍ଷକୁ ୨କୋଟି ଯୁଵକ-ଯୁଵତୀଙ୍କୁ ନିଯୁକ୍ତି, ଵିମୂଦ୍ରାକରଣ କରି କଳାଧନ ଓ ଉଗ୍ରଵାଦ ଲୋପ କରିବେ, ଦରଵୃଦ୍ଧି ବନ୍ଦ କରିବେ ।  କିନ୍ତୁ ବିଦେଶରେ ଚୋର ଖଣ୍ଟଙ୍କର ଗଛିତ କଳାଧନ ରୁ ଟଙ୍କାଟିଏ ଫେରାଇ ଆଣିଲେ ନାହିଁ ,ପରନ୍ତୁ ନିଜର ସହଯୋଗୀ ଵିଜୟ ମାଲ୍ୟା, ନୀରବ ମୋଦି, ଲଳିତ ମୋଦି, ମହୁଲ ଚୋକସି ଭଳି ହଜାର ହଜାର କୋଟି ନେଇ ପଳାୟନ କରିଥିଵା ଠକଙ୍କଉ ସହାୟତା ଦେଇଛନ୍ତି, ଵର୍ଷକୁ ୨କୋଟି ନୂଆ ନିଯୁକ୍ତି ଦୂରେ ଥାଉ ଵିମୂଦ୍ରାକରଣ ଓ କରୋନା ମହାମାରୀ ପରେ କର୍ମସଂସ୍ଥାନ ରେ ଥିବା ୧୦କୋଟିରୁ ଅଧିକଙ୍କୁ ଛଟେଇ କରି ଵେରୋଜଗାରୀ କରାଇଛନ୍ତି ଓ ଗତ ୪୬ଵର୍ଷ ମଧ୍ୟରେ ସର୍ଵାଧିକ ଵେରୋଜଗାରୀ ବୃଦ୍ଧି କରିଛନ୍ତି |
ଦୂରଦୃଷ୍ଟି ବିହୀନ ଵିମୂଦ୍ରାକରଣ ଫଳରେ ଦେଶର ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରକୁ ଧ୍ଵଂସ କରିଵା ସହ ପୁଲ୍ଵାମା ଭଳି ଘଟଣା ଘଟାଇ ଏହାର ତଦନ୍ତ ମଧ୍ଯ କରାଇଲେ ନାହିଁ । ସମଗ୍ର ବିଶ୍ଵରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବା ବେଳେ ୭୧ଟଙ୍କାର ପେଟ୍ରୋଲ ଆଜି ୧୦୫ଟଙ୍କା, ଡାଲି,ଖାଇବା ତେଲ ଓ ଅନ୍ଯାନ୍ଯ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଆକାଶ ଛୁଆଁ ଦରଵୃଦ୍ଧି କରାଇଛନ୍ତି।ଦେଶର ଜନଗଣଙ୍କୁ ଜାତି ଓ ଧର୍ମ ନାମରେ ଘୃଣା, ଦ୍ଵେଷ, ଦଙ୍ଗା ଓ ହିଂସା, କଠ୍ଵଆ, ଓନ୍ନଆଓ, ହାଥରସ ପରେ ମଣିପୁରରେ ମହିଳାମାନଙ୍କୁ ଅତ୍ୟାଚାର ଓ ଗଣ ଦୁଷ୍କର୍ମ ରେ କଳଙ୍କିତ ଅଧ୍ଯାୟ ସୃଷ୍ଟି କରିଛନ୍ତି।ନୂତନ ଶିକ୍ଷାନୀତି ନାମରେ ଶିକ୍ଷା ସଂକୋଚନ, ଶିକ୍ଷାର ଗୈରୀକରଣ, ଅଵୈଜ୍ଞାନିକ କଥା ଲଦି ଶିକ୍ଷାକୁ ବିକୃତ ଓ ଵଇଧ୍ଵସ୍ତ କରିଛନ୍ତି। ୨୯ଟି ଶ୍ରମ ଆଇନ ବାତିଲ କରି ୪ଟି ଶ୍ରମ କୋଡ଼ ମାଧ୍ଯମରେ କ୍ରୀତଦାସ ପ୍ରଥାର ପୁନଃ ପ୍ରଚଳନ କରିଛନ୍ତି।କୃଷକ ଵିରୋଧୀ କୃଷି ଆଇନ ବିରୋଧରେ ଦୀର୍ଘ ଏକ ବର୍ଷର ଐତିହାସିକ କୃଷକ ଆନ୍ଦୋଳନରେ ୭ଶହରୁ ଅଧିକ କୃଷକ ଶହିଦ ହେଵା ସହ କେନ୍ଦ୍ର ମନ୍ତ୍ରୀଙ୍କୁ ପୁଅ କୃଷକଙ୍କ ଉପରେ ଗାଡି ଚଢାଇ କୃଷକଙ୍କୁ ହତ୍ୟା କରିଵା ପରେ ମଧ୍ୟ କୃଷକ ଆନ୍ଦୋଳନ ପାଖରେ ସରକାର ମଥାନତ ହେବାକୁ ପଡ଼ିଛି।ଏ ସରକାର ଦେଶର ସମସ୍ତ ସମ୍ଵଳ ଵିଜେପିକୁ ଚାନ୍ଦା ଦେଇଥିବା କମ୍ପାନୀ ପାଦ ତଳେ ସମର୍ପଣ କରି ଦେଶ ବିକ୍ରୟରେ ବ୍ୟସ୍ତ ଅଛନ୍ତି। ଦେଶର ଏକତା, ଅଖଣ୍ଡତା ଓ ଏହାର ସମ୍ଵିଧାନ ଉପରେ ଆକ୍ରମଣ ଚଳାଇଛନ୍ତି। ଏହା ବିରୋଧରେ ଦେଶର ସମସ୍ତ ଵାମପନ୍ଥୀ, ଗଣତାନ୍ତ୍ରୀକ ଓ ଧର୍ମନିରପେକ୍ଷ ଦଳମାନେ ଆଇ.ଏନ୍.ଡି.ଆଇ.ଏ. ମେଣ୍ଟ ଗଠନ କଲା ବେଳେ ଦେଶବାସୀ ଏହାକୁ ଅକୁଣ୍ଠ ସମର୍ଥନ ଦେଉଛନ୍ତି। ଠିକ ସେହି ଭଳି ଵିଜେପିର ସମସ୍ତ ଜନବିରୋଧୀ ନୀତିକୁ ଵିଜେଡି ସମର୍ଥନ ଦେଇ ୨୩ଵର୍ଷଧରି ଓଡ଼ିଶାର ଜନଗଣଙ୍କୁ ଧୋକା ଦେଇଛନ୍ତି। ତେଣୁ ଵିଜେପି ଓ ଏନଡିଏକୁ ପରାଜିତ କର, ଭ୍ରଷ୍ଟ ନବୀନ ସରକାରକୁ ସଵକ ଶିଖିବା ପାଇଁ  ସିପିଆଇ ଆହ୍ଵାନ ଦେଇଥିବା ବିଷୟ ରାଜ୍ୟ ସମ୍ପାଦକ ଅଭୟ ସାହୁ କହିଛନ୍ତି। ରାଜ୍ଯ ସମ୍ପାଦକମଣ୍ଡଳୀ ସଦସ୍ଯ ଡ଼ାକ୍ତର ପ୍ରଶାନ୍ତ ମିଶ୍ର, ସମ୍ପାଦକମଣ୍ଡଳୀ ସଦସ୍ଯ ଜୟନ୍ତ ଦାସ, ହାଇକୋର୍ଟର ଵରିଷ୍ଠ ଓକିଲ ଚିତ୍ତ ରଞ୍ଜନ ନନ୍ଦ, ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ସହ ସମ୍ପାଦକ ତ୍ରୀନାଥ ପାତ୍ର, ହୃଷୀକେଶ ସାହୁ, ଜିଲ୍ଲା କମିଟିର ପରମେଶ୍ଵର ମାହାନ୍ତ, ରଥ ସିଂ, ବଳରାମ ମହାନ୍ତ, ପାରାଓ ହାଁସଦା, ଶ୍ରୀକାନ୍ତ ନାଏକ,ଶୁକଦେବ ସିଂ , ନାରାୟଣ ଟୁଡୁ, ଅନାଦି ପାତ୍ର, ଚିତ୍ତ ରଞ୍ଜନ ବାରିକ, ରଣଜିତ  କର, ପ୍ରତାପ ନାଏକ, ଦମୟନ୍ତୀ ନାଏକ, ହୀରା ବିନ୍ଧାଣୀ, ରଇଵାରୀ ମାହାଲି, କମଳିନୀ ରାଜ, ବାସନ୍ତୀ ନାଏକ ପ୍ରମୁଖ ଉଦଵୋଧନ ଦେଇ ସିପିଆଇ ର ଗଣ ସଂଗଠନ ଓ ଗଣ ଭିତ୍ତି ବୃଦ୍ଧି କରିଵା ପାଇଁ  ସଂକଳ୍ପ ନେଇଛନ୍ତି।