Img 20240618 Wa0211

ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ସ୍ଥିରତା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟେବୁଲ୍ ଟପ୍ ଏକ୍ସରସାଇଜ୍

State

ବାରିପଦା:  ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଏବଂ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟ, ମୟୂରଭଞ୍ଜ ଆନୁକୁଲ୍ୟରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର ଆଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଜରୂରୀକାଳୀନ ଅଧିକାରିଣୀ ସୁଶ୍ରୀ ଶ୍ରଦ୍ଧା ସୁମନ ପରିଚାଳନା କରିଥିଲେ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଵିଭଗୀୟ ଅଧିକାରୀ,ବିଡିଓ ,ତହସିଲଦାର, ଅଗ୍ନିଶମ ଏବଂ ଓଡ୍ରାଫ ର ଅଧିକାରୀ ଉପସ୍ଥିତ ରହି ବନ୍ୟା, ବାତ୍ୟା ଏବଂ ସାଇକ୍ଲୋନ୍ ସମୟର ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପୂର୍ବ ଏବଂ ପର ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ I ଶ୍ରୀ ସୁନୀଲ କୁମାର ସାହୁ, ଡେପୁଟି ଜେନେରାଲ୍ ମ୍ୟାନେଜର, ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବୈଠକରେ ଉପସ୍ଥିତ ରହି ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦେଶ ଦେଇଛନ୍ତି |

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚନ୍ଦ୍ରକାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ, ଜ଼ିଲ୍ଲା ପରିଷଦ, ଶ୍ରୀ ରଜନୀକାନ୍ତ ସ୍ବାଇଁ , ଜିଲ୍ଲାରେ ଥିବା ପ୍ରାକୃତିକ ବିପର୍ଯ୍ୟୟ ଆଶ୍ରୟସ୍ଥଳୀ ଗୁଡିକୁ ପ୍ରସ୍ତୁତ ରହିବା ତଥା ଏହାର ସଂପୂର୍ଣ୍ଣ ଆନୁଷଙ୍ଗିକ ବ୍ୟବସ୍ଥାକୁ ପରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ ଏବଂ ନୋଡାଲ ଅଫିସର ମାନେ ତାତ୍ପରତାର ସହିତ କାର୍ଯ୍ୟ କରିବେ ବୋଲି ଅଧିକାରୀ ମାନେ କହିଥିଲେ। ଏହି ମକ୍ ଡ୍ରିଲ୍ ଏବଂ ଟେବୁଲ୍ ଟପ୍ ପ୍ରୟୋଗ ପାଇଁ ସମସ୍ତଙ୍କ ସହଯୋଗ ତଥା ଜନ ପ୍ରତିନିଧି, ସିଭିଲ ସୋଷାଇଟୀ, ବିଭିନ୍ନ ସ୍ବେଛାସେବୀ ସଂଗଠନ ଗୁଡିକୁ ମୁଖ୍ୟତଃ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଅଧିକାରୀଗଣ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟକି କାଲିଠାରୁ ଜିଲ୍ଲାର ସମସ୍ତ ବ୍ଲକ ସ୍ତରରେ ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ବ୍ଲକ ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଆୟୋଜିତ ହେଉଛି I