Img 20250102 Wa0164

ପୂର୍ଣ୍ଣଚ଼ନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାମନ୍ଦିରରେ ନୂତନ ବର୍ଷ ପାଳନ ଅବସର ରେ ଗୀତା ଜ୍ଞାନ ଚର୍ଚ୍ଚା ଓ ସଂକୀର୍ତ୍ତନ କାର୍ଯ୍ୟକ୍ରମ

State

ବାରିପଦା : ସ୍ଥାନୀୟ ରଘୁନାଥପୁର ସ୍ଥିତ ପୂର୍ଣ୍ଣଚ଼ନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାମନ୍ଦିର ପରିସର ରେ ନୂତନ ବର୍ଷ ପାଳନ ଅବସରରେ ଗୀତା ଜ୍ଞାନ ଚର୍ଚ୍ଚା ଏବଂ ସଂକୀର୍ତ୍ତନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି ।
ଆନ୍ତର୍ଜାତୀୟ କୃଷ୍ଣ ଭବନାମୃତ ସଂଘ , ବାରିପଦାର ଶ୍ରୀ ଗୋଲକ ଗୋପିନାଥ ଦାସ ଜୀ, ଶ୍ରୀ ହରିପ୍ରାଣ ଦାସ ଜୀ, ଶ୍ରୀ ପ୍ରତ୍ୟୁଷ ଦାସ ଜୀ, ଶ୍ରୀ ଧନଞ୍ଜୟ ଦାସ ଜୀ, ଶ୍ରୀ ସୂର୍ଯ୍ୟନାରାୟଣ ଦାସ ଜୀ, ଶ୍ରୀ ଭାଗବତ ଦାସ ଜୀ, ଏବଂ ଶ୍ରୀ ପ୍ରିୟଙ୍କା ମତାଜୀ ପ୍ରମୁଖ ଯୋଗଦେଇ ଗୀତା ଜ୍ଞାନ ଦ୍ଵାରା ଶ୍ରୀ କୃଷ୍ଣ ଚେତନାର ପ୍ରସାର କରିଥିଲେ ଏବଂ ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ଭଗବନ୍ନାମ ସଂକୀର୍ତ୍ତନ କରିଥିଲେ । ନିଷ୍କାମ କର୍ମ ଯୋଗ ଦ୍ଵାରା ଜ୍ଞାନ, ଜ୍ଞାନରୁ ଭକ୍ତି ତଥା ଶରଣାଗତି ପ୍ରାପ୍ତି ଦ୍ଵାରା ଜୀବ ଭଗବାନଙ୍କ ନିକଟତର ହେବା ହିଁ ମାନବ ଜୀବନର ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମ ରେ ପୂର୍ଣ୍ଣଚ଼ନ୍ଦ୍ର ଗ୍ରୁପ୍ ର ସଭାପତି ,ଇଂ .ପ୍ରଭାସ କୁମାର ଦାସ , ପୂର୍ଣ୍ଣଚ଼ନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଅଙ୍କିତା ବାରିକ୍ , ପୂର୍ଣ୍ଣଚ଼ନ୍ଦ୍ର ଆଦର୍ଶ ବିଦ୍ୟାମନ୍ଦିର ର ପ୍ରଧାନ ଶିକ୍ଷକ ମନୋରଞ୍ଜନ ମହାନ୍ତ ଏବଂ ସମସ୍ତ କର୍ମ କର୍ତ୍ତା , ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟ କର୍ମକୁ ପୂର୍ଣ୍ଣଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ବିଭାଗାଧକ୍ଷ ପ୍ରାଧ୍ୟାପକ ଡ. ଆଦର୍ଶ ଶତପଥୀ ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷ ଡ. ରାଜକୁମାର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ମଧ୍ୟ ଏପରି ଆଧ୍ୟାମିକ ଚେତନାକୁ ବିକଶିତ କରିବା ପାଇଁ ଅନେକ କାର୍ଯ୍ୟ କ୍ରମ ହେବାର ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ଜିଲ୍ଲାସ୍ତରୀୟ ଓଷ୍ଟା ଶିଶୁ ମହୋତ୍ସବ ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା ଛାତ୍ରୀ , ଚୂଡ଼ାମଣି ସରେନ୍ ଏବଂ ବ୍ଲକ ସ୍ତରୀୟ ଓଷ୍ଟା ଶିଶୁ ମହୋତ୍ସବ ପ୍ରତିଯୋଗିତା ରେ ସଫଳତା ହାସଲ କରିଥିବା ଦଶ ଜଣ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ଅଛି ।