Arrested 738x430 1

ପୋଲିସ ହାବୁଡରେ କଫ୍ ସିରପ ମାଫିଆ, ୯ ଜଣଙ୍କୁ ଗିରଫ କରିବାରେ ସଫଳ

State

ସମ୍ବଲପୁର: ଦିନକୁ ଦିନ ବେଧଡକ ଚାଲିଛି କଫ ସିରପ ମାଫିଆ। ଗତ କିଛି ଦିନ ମଧ୍ୟ ଲଗାତାର ଏହି ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ସମ୍ବଲପୁର ଜିଲ୍ଲା ପୋଲିସ କବଜାରେ ନିଶା କଫ୍ ସିରପ ମାଫିଆ। ଟାଉନ ଥାନା ଦ୍ୱାରା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ।

ଆଜି ସକାଳୁ ଭିଏସଏସ ମାର୍ଗରେ ଥିବା ଏକ ମଲ ପଛପଟେ ପୋଲିସ ଚଢ଼ାଉ କରିଥିଲା। ୨୧୦ ନିଶା କଫ ସିରଫ ଜବତ କରିଛି ପୋଲିସ। ବେଆଇନ ନିଶା କଫ ସିରପ ରଖିବା ଅଭିଯୋଗରେ ପୋଲିସ ଦେବଗଡ଼ ଜିଲ୍ଲା ସୁଗୁଡା ନିବାସୀ ଆକାଶ ପାତ୍ର ଏବଂ ସମ୍ବଲପୁର ବାଲିବନ୍ଧା ନିବାସୀ ସୁଭମ ଗୁପ୍ତା ନାମକ ଦୁଇ ଜଣ ଯୁବଙ୍କୁ ଗିରଫ କରିଛି। ଏ ନେଇ ଏକ ମାମଲା ରୁଜୁ କରିଛି ।

ସେହିପରି ଧନୁପାଲି ପୋଲିସ ମଧ୍ୟ ୭ଜଣକୁ ଗିରଫ କରିଛି। ଏମାନଙ୍କ ନିକଟରୁ ୩୬ଟି କୋରେକ୍ସ ଓ ୩୦ ଲିଟର ଦେଶୀ ମଦ ଓ ନିଶା ବଟିକା ଜବତ କରିଛି। ହନୁମାନ ଜୟନ୍ତୀକୁ ଆଖି ଆଗରେ ରଖି ପୋଲିସ କୋରେକ୍ସ, ମଦ ମାଫିଆ ମାନଙ୍କ ଉପରେ ଅଙ୍କୁଶ ଲଗାଇବା ଆରମ୍ଭ କରିଛି ।