Img 20240618 Wa0199

ବିଶ୍ୱ ବାଳ ଶ୍ରମ ନିଷେଧ ଦିବସ ଅବସରରେ ବାରିପଦାରେ ଗଡ଼ିଲା ଶିଶୁ ଶ୍ରମ ନିରାକରଣ ଓ ସଚେତନତା ରଥ

State

ବାରିପଦା:  ବିଶ୍ୱ ବାଳ ଶ୍ରମ ନିଷେଧ ଦିବସ ଅବସରରେ, ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ମଙ୍ଗଳବାର ଦିନ ଶିଶୁ ଶ୍ରମ ନିରାକରଣ ଓ ସଚେତନତା ରଥ ଏବଂ ଜନସଚେତନତା ରାଲିର ଶୁଭାରମ୍ଭ ହେଇଯାଇଛି।ବିଭାଗୀୟ ଶ୍ରମ ଆୟୁକ୍ତ, ମୟୂରଭଞ୍ଜଙ୍କ ପକ୍ଷରୁ ଆୟୋଜିତ ଏହି ଜନସଚେତନତା ରାଲି ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରଙ୍ଗଣରୁ ଆରମ୍ଭ ହୋଇ ନଗର ପରିକ୍ରମା କରିଥିଲେ। ଏହି ରାଲିରେ ବିଭିନ୍ନ ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବେସରକାରୀ ଅନୁଷ୍ଠାନ ମାନଙ୍କର କର୍ମକର୍ତା ମାନେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର ଏହି ରାଲି ଏବଂ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲାରୁ ତଥା ରାଜ୍ୟରୁ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଏବଂ ଏହାର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଜିଲ୍ଲା ସ୍ତରରେ ସଚେତନତା ପଦକ୍ଷେପ ପାଇଁ ଏହି ରାଲି ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଚନ୍ଦ୍ରକାର ସୂଚନା ଦେଇଥିଲେ,ଯେ ମୟୂରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ଶିଶୁ ଶ୍ରମିକ ସଂଖ୍ୟା ଏବଂ ଆଗକୁ ଏହି ସଂଖ୍ୟାକୁ ଶୂନ୍ୟ କରାଯିବା ସହିତ ଶିଶୁ ମାନଙ୍କ ମାନସିକ ଏବଂ ଶାରୀରିକ ଅଗ୍ରଗତି ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଆଜି ଏହି ସଚେତନତା ରଥ ମାଧ୍ୟମରେ ଏବଂ ଏହି ଜିଲ୍ଲା ବ୍ୟାପି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ନାଗରିକ ମାନଙ୍କୁ ସଚେତନ କରାଇବା ସହିତ ଏହି ଘୃନ୍ୟ ଏବଂ କୁପ୍ରଥାକୁ ବିମୋଚନ କରିବା ଆମର ଲଖ୍ୟ ଏବଂ ଜିଲ୍ଲା ପ୍ରଶାସନ ଏଥିପାଇଁ ସର୍ବଦା କାର୍ଯ୍ୟରତ। ଇତ୍ୟବସରରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଅନନ୍ତ ପଦ୍ମନାଭ ମହାମାନସିଂ କହିଥିଲେ ଯେ ୧୪ ବର୍ଷରୁ କାମ ବୟସର ପିଲା ମାନଙ୍କୁ କୌଣସି ସ୍ଥାନରେ ଶ୍ରମିକ ଭାବେ କାର୍ଯ୍ୟ କରାଇବା ଏକ ଦଣ୍ଡନୀୟ ଅପରାଧ ଏବଂ ଶିଶୁ ଶ୍ରମ (ନିଷେଧ ଏବଂ ନିୟମାବଳୀ) ଅଧିନିୟମ, ୧୯୮୬ ଅନୁସାରେ ଭାରତ ସରକାର ଏହାକୁ ସମ୍ପୂର୍ଣ୍ଣ ଅବୈଧ ବୋଲି ଘୋଷଣା କରିଛନ୍ତି। ତେଣୁ ଏହି ନିଆୟମକୁ ମାନି ଏକ ସୁସ୍ଥ ଭବିଷ୍ୟତ ପାଇଁ ଶିଶୁ ଶ୍ରମିକ ପ୍ରଥାକୁ ରୋକା ଯିବା ପାଇଁ ଏହି ସଚେତନତା କାର୍ଯ୍ୟକ୍ରମ। ଏକ ମାସବ୍ୟାପୀ ଏହି କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଚାଲିବ। ଏଣୁ ସମସ୍ତ ନାଗରିକ ମନକୁ ଅନୁରୋଧ ଏହି ପ୍ରକ୍ରିୟାରେ ସାମିଲ ହେବେ ଏବଂ ସଚେତନ ହେବେ, ବୋଲି ଶ୍ରୀ ମହାମାନସିଂ କହିଥିଲେ। ସୂଚନା ଥାଉକି, ଉକ୍ତ କାର୍ଯ୍ୟକ୍ରମରେ, ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ଅବିନାଶ ପାଣି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠି, ନିରଂଜନ ନାୟକ, ଜିଲ୍ଲା ଶ୍ରମ ଅଧିକାରୀ, ମୟୂରଭଞ୍ଜ, ମିସ୍ ପାନାମଣି ସୋରେନ୍, ସହକାରୀ ଶ୍ରମ ଅଧିକାରୀ, ବାରିପଦା, ଦିଲୀପ ହାଁସଦା,ସହକାରୀ ଶ୍ରମ ଅଧିକାରୀ, ରାଇରଙ୍ଗପୁର, ମିସ୍ ମାଣିକା ମିଶ୍ର, ସହକାରୀ ଶ୍ରମ ଅଧିକାରୀ, ରାସଗୋବିନ୍ଦପୁର, ପୂର୍ଣ୍ଣଚନ୍ଦ୍ର ମାଝୀ, ସହକାରୀ ଶ୍ରମ ଅଧିକାରୀ, ଜାମଦା, ସୁବାଶ ସୋରେନ୍, ସହକାରୀ ଶ୍ରମ ଅଧିକାରୀ, ତିରିଂ ଏବଂ ଦିପକ ସୋରେନ୍, ସହକାରୀ ଶ୍ରମ ଅଧିକାରୀ, ସାରସକଣl ପ୍ରମୁଖ ଉପସ୍ଥିତ ଥିଲେ।