Jwain

ରେଢାଖୋଲରେ ଡବଲ ମର୍ଡର, ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ଏବଂ ସ୍ତ୍ରୀ ମୃତ

Crime State

ରେଢାଖୋଲ : ରେଢାଖୋଲରେ ଘଟି ଯାଇଛି ଏକ ଲୋମହର୍ଷଣକାରୀ ଘଟଣା । ଜ୍ୱାଇଁ କରିଛି ଡବଲ ମଡର । ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ଏବଂ ସ୍ତ୍ରୀଙ୍କର ହୋଇଛି ମୃତ୍ୟୁ । ରେଢାଖୋଲ ଥାନା ପୋଡାବଲଣ୍ଡା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । କୌଣସି ଘଟଣାକୁ ନେଇ ଜ୍ୱାଇଁ  ହତ୍ୟା କରିଛି ଶାଶୁ ଓ ସ୍ତ୍ରୀଙ୍କୁ ।  ମୃତକ ହେଲେ ପୋଡାବଲଣ୍ଡା ଗ୍ରାମର ଶାଶୁ ରୁକୁଣୀ ସାହୁ ଏବଂ ତାଙ୍କ ଝିଅ ଗାୟତ୍ରୀ ସାହୁ ।  ତାଙ୍କ ଜ୍ୱାଇଁ ମିଥୁନ ସାହୁ କୌଣସି ଘଟଣାକୁ ନେଇ ଶାଶୁ ଓ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ କରୁଛି । ତେବେ ହତ୍ୟାର କାରଣ ଜଣ ପଡ଼ିନାହିଁ । ହତ୍ୟା ପରେ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ପରେ ଫେରାର୍ ଥିବା ଜ୍ୱାଇଁ ଅଢେଇ ବର୍ଷର ନିଜ ଶିଶୁ ପୁତ୍ରକୁ ଧରି ରେଢାଖୋଲ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।